
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ସୀମାରେ ଆଜି ସକାଳେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ହୋଇଥିଲା। ସୁରକ୍ଷା ବାହିନୀର ଏକ ଦଳ ମାଓ ବିରୋଧୀ ଅଭିଯାନ ଅନ୍ତର୍ଗତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ମାଓବାଦୀମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଯବାନ ମାନେ ମଧ୍ୟ ଗୁଳିର ଜବାବ ଗୁଳିରେ ଦେଇଥିଲେ।ଏହା ପରେ ଉଭୟଙ୍କ ମଧ୍ୟରେ ନିରନ୍ତର ଗୁଳି ବିନିମୟ ହୋଇଥିଲା।ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି।
ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏବେ ସୁଦ୍ଧା ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଶବ ନିକଟରୁ ଏକ INSAS ରାଇଫଲ୍, ବିପୁଳ ପରିମାଣର ଗୁଳି ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ଯେହେତୁ ଏନକାଉଣ୍ଟର ଏବେବି ଜାରି ରହିଛି। ଏଥିରେ ଆହୁରି ଅଧିକ ନକ୍ସଲ ଆହତ କିମ୍ବା ନିହତ ହୋଇ ଥାଇପାରନ୍ତି ବୋଲି ସୁରକ୍ଷା ବାହିନୀ ପକ୍ଷରୁ ଆଶଙ୍କା କରାଯାଉଛି।
ଘନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି।ଘଟଣା ପରେ, ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି ଏବଂ ଏକ ବଡ଼ ଧରଣର ତଲାସୀ ଅଭିଯାନ ଜାରି ରଖିଛନ୍ତି ଯବାନ। ଦନ୍ତେୱାଡା ଏବଂ ବିଜାପୁର ସୀମାନ୍ତ ଅଞ୍ଚଳଗୁଡ଼ିକୁ ମାଓବାଦୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। ଯେଉଁଠାରେ ସୁରକ୍ଷା ବାହିନୀକୁ ସମୟ ସମୟରେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହବାକୁ ପଡ଼ିଥାଏ।