ଆପନମାଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ବାର୍ଷିକୀ ଉତ୍ସବ।ପରିମଳ ସ୍ବଚ୍ଛତା ଏବଂ ପାନୀୟଜଳ ସଚେତନତା ସୃଷ୍ଟି କରନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ -ବିଡିଓ କୋରୁକୋଣ୍ଡା

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧିନସ୍ଥ ଆପନମାଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳିଙ୍କ ନେତୃତ୍ୱରେ ବୁଧବାର ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ,ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷକ ତାଲିମ କେନ୍ଦ୍ର ଅଧ୍ୟକ୍ଷା ମମତା ଝୋଡିଆ ,ମୁଖ୍ୟ ବକ୍ତା ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ,କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଅସିତ କୁମାର ମିସ୍ତ୍ରୀ,ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ,ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ସଭାପତି ଶିବଦତ୍ତ ସାହୁ, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ନିରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଲକ୍ଷ୍ମଣ ସୀସା, ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ମଲିକ, ସୋମନାଥପୁର କ୍ଲଷ୍ଟରର ସିଆରସିସି ଯଚିନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମେ ଅତିଥିଙ୍କ ଦ୍ବାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରିଥିଲେ।ଏହା ପରେ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟରେ ପିଲାଙ୍କ ପାଠ ପଢା ପାଇଁ ଶ୍ରେଣୀ ଗୃହ ଅଭାବ ଥିବା ସହ ଶୌଚାଳୟ ନଥିବା ଯୋଗୁ ବିଦ୍ୟାଳୟଟି ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା
ପ୍ରଧାନ ଶିକ୍ଷୟତ୍ରୀ ମଞ୍ଚାସିନ ଅତିଥି ମାନଙ୍କ ସମ୍ମୁଖରେ ପ୍ରକାଶ କରି ଏହାର ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ନିବେଦନ ମଧ୍ୟ କରିଥିଲେ।ଜୀବନ ଓ ସମୟ ମଣିଷର ଶ୍ରେଷ୍ଠ ଗୁରୁ।ଜୀବନ ଆମକୁ ସମୟ ଉପଯୋଗ କରିବାକୁ ଶିଖାଏ ଓ ସମୟ ଆମକୁ ଜୀବନର ମୂଲ୍ୟ ବୁଝାଏ ବୋଲି ସମ୍ମାନିତ ଅତିଥି ଶ୍ରୀ ସାହୁ କହିଥିଲେ।ଏହି ଅବସରରେ ମୁଖ୍ୟ ବକ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କହିଥିଲେ, ଆଜିର ଶିଶୁ କାଲିର ନାଗରିକ
ଓ ଦେଶର ଭବିଷ୍ୟତ।ଶିଶୁ ହସିଲେ ଦେଶ ହସିବ ଓ ଦୁନିଆ ହସିବ।ସମସ୍ତ ଶିଶୁ ଭଲ ପାଠ ପଢିବା ସହ ବିଭିନ୍ନ ପ୍ରକାର କ୍ରୀଡା, ନୃତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ ଛାତ୍ରୀ ଛାତ୍ର ନିଜକୁ ସାମିଲ ହେଲେ ସବୁ କ୍ଷେତ୍ରରେ ସଫଳତା ହାସଲ କରି ପାରିବେ।ପିଲାମାନେ ବିଦ୍ୟାଳୟ ଠାରୁ ଆରମ୍ଭ କରି ନିଜ ନାମକୁ ଜିଲ୍ଲା ରାଜ୍ୟ ଓ ଦେଶ ବିଦେଶରେ କିପରି ସର୍ବୋଚ୍ଚ ସ୍ଥାନରେ ରଖିବା ସେ ନେଇ ସମସ୍ତ ଛାତ୍ରୀ ଛାତ୍ରଙ୍କ ଉଦ୍ୟମ ନିତ୍ୟାନ୍ତ ଆବଶ୍ୟକ।ଏହା ସହିତ ପରିମଳ ସ୍ବଚ୍ଛତା ଏବଂ ଆଗାମୀ ଦିନରେ ପାନୀୟଜଳର ଘୋର ଅଭାବ ଦେଖା ଦେବ।ଏଣୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ବିଶେଷ ଅନୁରୋଧ ସମସ୍ତେ ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ଦିଗରେ ସମସ୍ତଙ୍କୁ ବୁଝାଇବାରେ ଆବଶ୍ୟକତା ରହିଛି। ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରତ୍ୟେକ ସ୍କୁଲରେ କିଛି ପୋଷ୍ଟର ବ୍ୟାନର ଲଗାଇ ସଚେତନତା ସୃଷ୍ଟି କରିବା ପାଇଁ ଯୋଜନା ରଖିଛୁ ବୋଲି କହିଥିଲେ।ବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକାର କ୍ରୀଡା, ଶିକ୍ଷା, ନୃତ୍ୟ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କୁ ପକ୍ଷରୁ ବିଭିନ୍ନ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର, ଅଭିଭାବକ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page