ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଦ୍ବାରା ଜନସମ୍ପର୍କ ଶିବିର।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଗୋରାସେତୁ ବିଏସଏଫ ବାଟାଲିୟନ ୧୭୭ କ୍ୟାମ୍ପ ପକ୍ଷରୁ ଯୋଡ଼ାଆମ୍ବ ଗ୍ରାମ ପଞ୍ଚାୟତ ସିନ୍ଧିଫୁଟ ଗ୍ରାମରେ ଜନସମ୍ପର୍କ ଶିବିର ଓ ମୁକ୍ତ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା।ଏହି ଜନସମ୍ପର୍କ ଶିବିରରେ ବେଜିଙ୍ଗ, ତୁଟିଗୁମା, ମୁକୁଟ ପଲ୍ଲୀ, ଜାମୁ ଗୁଡା, ଗୋରାସେତୁ , ମୁଣ୍ଡି ଗୁମ୍ମା ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପାଖାପାଖି ୪୫୦ ଜଣ ଗ୍ରାମବାସୀ ଏହି ଜନ ସମ୍ପର୍କ ଶିବିରରେ ଅଂଶ ଗ୍ରହଣ କରିଥିଲେ।ବିଏସଏଫ ବାଟାଲିୟନ ୧୭୭ ଟୁଆଇସି ସନ୍ତୋଷ କୁମାର ସିଂଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୌରଭ କୁମାର , ସନ୍ଦୀପ କୁମାର , ଇନିସ୍ସପେକ୍ଟର ରାକେଶ କୁମାରଙ୍କ ଉପସ୍ଥିତିରେ ଏହି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ବିଏସଏଫ ତରଫରୁ ଦୁଇଲକ୍ଷ ପଚାଶହଜାର ଟଙ୍କା ମୂଲ୍ୟର ବିଭିନ୍ନ ଘରୋପକରଣ ସାମଗ୍ରୀ ସହ ଖେଳ ସାମଗ୍ରୀ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଯୁବକ ଯୁବତୀଙ୍କୁ ଫୁଟବଲ ,ଭଲିବଲ ସେଟ,କ୍ରିକେଟ ବ୍ୟାଟ, ସ୍କିପିଙ୍ଗ ରୋପ ଭଳି ବିଭିନ୍ନ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଷ୍ଟିଲ ଟ୍ରେ, ଷ୍ଟିଲ ଗ୍ଲାସ, ସ୍କୁଲ ବ୍ୟାଗ,ପାଠ୍ୟ ଉପକରଣ ସେହିପରି ବରିଷ୍ଠ ଗ୍ରାମବାସୀଙ୍କୁ ଗ୍ଲାସ୍ , ଷ୍ଟିଲ ଥାଳି , ଛତା , ପ୍ଲାଷ୍ଟିକ ପାଇପ ଭଳି ବିଭିନ୍ନ ଘରୋପକରଣ ଏବଂ ଘରେ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଏଠାରେ ବିଏସଏଫ ପକ୍ଷରୁ ଏକ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା ଏଥିରେ ଆସିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇ ବାଇଶି ହଜାର ଟଙ୍କା ମୂଲ୍ୟର ଔଷଧ ଲୋକଙ୍କୁ ଦିଆଯାଇଥିଲା। ବିଏସଏଫ ବାଟାଲିୟନ ୧୭୭ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବିଗତ କିଛି ବର୍ଷ ହେବ ପ୍ରତି ବର୍ଷ ଏହିଭଳି ଜନ ସମ୍ପର୍କ ଶିବିର କରାଯାଉଛି।ଜନ ସମ୍ପର୍କ ଶିବିର ଦ୍ବାରା ବିଏସଏଫ ସ୍ଥାନୀୟ ଅଞ୍ଚଳବାସୀଙ୍କ ହୃଦୟ ଜିଣିବା ସହ ତାଙ୍କର ନିକଟତର ହୋଇ ପାରିଛନ୍ତି। ଏହା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରିବାରେ ସହାୟକ ହୋଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page