ସରକାରୀ ବାଡ଼ ଯେବେ ଖାଏ ସରକାରୀ ଫସଲ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସରକାରୀ ପମ୍ପ ହାଉସ ପରିସର ମଧ୍ୟରୁ ପଣସ ବିକ୍ରି କରିବା ନେଇ ଅଭିଯୋଗ ହୋଇଛି। ପମ୍ପ ହାଉସରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଏଭଳି ସଂଙ୍ଗିନ ଅଭିଯୋଗ ଆସିଛି।ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଫିସର ପମ୍ପ ହାଉସ ତଦାରଖ କରିବା ନେଇ ନିୟୋଜିତ ହୋଇଛନ୍ତି କିଛି କର୍ମଚାରୀ । ଆଜି ପମ୍ପ ହାଉସ ପରିସର ମଧ୍ୟରେ ଏକ ଅଜଣା ଗାଡି (ନଂ-ଓଡି-୨୪-ବି-୩୧୫୩) ରେ ପଣସ ଲଦା ଯାଉଥିବା ବେଳେ କିଛି ବ୍ୟକ୍ତି ଦେଖି ପଣସ ଚୋରୀ ଅଭିଯୋଗ ଆଣିଛନ୍ତି। ସରକାରୀ ବାଡ଼ ଯେବେ ଖାଏ ସରକାରୀ ଫସଲ, ତେବେ ସାଧାରଣ ଲୋକ ଅବା କଣ କରିପାରିବେ।ଏ ବାବଦରେ ପଚରାଉଚରା କରିବାରୁ ସମ୍ପୃକ୍ତ ଗାଡ଼ି ମାଲିକ ବିନା ଅନୁମତିରେ ସେଠାରେ କାର୍ଯ୍ୟରତ ଥିବା ଦୁଇଜଣ କର୍ମଚାରୀ ଆର. ତିରୁପତି ଏବଂ ଜି. ମୋହନ ରାଓଙ୍କ କହିବାରୁ ଭିତରେ ଗାଡ଼ି ପ୍ରବେଶ କରିଥିବା ଓ ପଣସ ନେବା ପାଇଁ ଆସିଥିବା କହିଥିଲେ।ପ୍ରତି ପଣସ ପିଛା ୫୦ ରୁ ୬୦ ଟଙ୍କା ଦେବା ପାଇଁ କହିଥିଲେ । ସେହି ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟରତ ଥିବା ଆର. ତିରୁପତି ସେଠାରେ ଉପସ୍ଥିତ ନ ଥିବା ବେଳେ ଅନ୍ୟତ୍ର କାର୍ଯ୍ୟରତ ଜି. ମୋହନ ରାଓ ସେଠାରେ ଉପସ୍ଥିତ ଥିଲେ ଓ ସେ ଗାଡ଼ିଟିକୁ ଭିତରେ ନେଇ ପଣସ ଲଦିବା ପାଇଁ କହିଥିଲେ । ସରକାରୀ ପମ୍ପ ହାଉସ ପରିସର ମଧ୍ୟରେ କିଭଳି ବିନାନୁମତିରେ ଏକ ପିକଅପ ଗାଡ଼ି ପ୍ରବେଶ କରାଯାଉଛି ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ ମନମୁଖୀ ଭାବେ ଦିନ ଦ୍ୱିପ୍ରହର ରେ ପଣସ ବିକ୍ରି କରୁଛନ୍ତି ତାହା କିଭଳି ଉପରିସ୍ଥ ଅଧିକାରୀ ଜାଣିପାରୁ ନାହାନ୍ତି ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଇତିମଧ୍ୟରେ ଉକ୍ତ ପମ୍ପ ହାଉସ ଟି କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଣସ ବିକ୍ରି କରିବା ପାଇଁ ଗାଡ଼ି ବିନାନୁମତିରେ ପ୍ରବେଶ କରାଯାଇପାରୁଛି ତ ଆଗାମୀ ଦିନରେ ପମ୍ପ ହାଉସ ରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ଜିନିଷ ବା ପମ୍ପ ବିକ୍ରି କରି ନ ଦେବେ ସେ କଥାକୁ ଟାଳି ହେବନାହିଁ । ପୂର୍ବରୁ କର୍ମଚାରୀଙ୍କ ବିରୋଧରେ ସଠିକ ରୂପେ ଡ୍ୟୁଟି ନ କରିବା ନେଇ ଅଭିଯୋଗ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଢିଲାପଣ ପାଇଁ ବୋଧେ ଏହି କର୍ମଚାରୀ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ନେଇ ସନ୍ଦେହ କରାଯାଉଛି । ଅଧିକାରୀ ମାନଙ୍କ ତରଫରୁ ଆଶା ଜଣକ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଆଗାମୀ ଦିନରେ ଏ ବାବଦରେ ଜିଲ୍ଲା ପ୍ରଶାସନ ଦ୍ବାରା କେଉଁ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ରହିଲା ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page