୨ ନକ୍ସଲ ମିଲିସିଆ ପ୍ଲାଟୁନ ସଦସ୍ୟଙ୍କ ଆତ୍ମସମର୍ପଣ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ “ନିଆଦ ନେଲା ନାର” ଯୋଜନା ମାଧ୍ୟମରେ ସୁରକ୍ଷା ବାହିନୀର ନିୟମିତ ସର୍ଚ୍ଚ ଅପରେସନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଲଗାତାର ସ୍ଥାପନ ହେଉଥିବା ନୂତନ ସୁରକ୍ଷା ଶିବିରର ଚାପ ପଡିବା ଫଳରେ ଭୈରମଗଡ଼ ଏରିଆ କମିଟି ଏବଂ ଜାଗରଗୁଣ୍ଡା ଏରିଆ କମିଟିର ସକ୍ରିୟ ଦୁଇ ନକ୍ସଲ, ସୁଖରାମ ସୋଢି ଓରଫ ସୁକାଡୁ(୨୭), ସଂଗଠନରେ କେଶକୁତୁଲ RPC ମିଲିସିଆ ପ୍ଲାଟୁନ ସଦସ୍ୟ, ୨୦୧୫ ରୁ ସକ୍ରିୟ ଏବଂ ନାରୁ ଇର୍ପା ଓରଫ ନାରାୟଣ(୩୬) ବର୍ଷ। ସଂଗଠନରେ ମିଲିସିଆ ପ୍ଲାଟୁନ ସଦସ୍ୟ, ୨୦୨୧ରୁ ସକ୍ରିୟ ରହିଥିବା ବେଳେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ, CRPF ବିଜାପୁର ଦେବେନ୍ଦ୍ର ସିଂହ ନେଗି, ପୋଲିସ ଅଧୀକ୍ଷକ, ବିଜାପୁର ଡକ୍ଟର ଜିତେନ୍ଦ୍ର କୁମାର ଯାଦବ, କମାଣ୍ଡାଣ୍ଟ ୧୯୯ ଆନନ୍ଦ କୁମାର, କମାଣ୍ଡାଣ୍ଟ ୨୧୦ କୋବ୍ରା ଅଶୋକ କୁମାର, ଅତିରିକ୍ତ ପୋଲିସ ଅଧିକ୍ଷକ ନକ୍ସଲ ଅପରେସନ୍ ମୟଙ୍କ ଗୁର୍ଜର, ଅତିରିକ୍ତ ପୋଲିସ ଅଧୀକ୍ଷକ ଉଲାଣ୍ଡନ ୟର୍କ, ଡେପୁଟି ପୋଲିସ ନକ୍ସଲ ଅପରେସନ୍ ସୁଦୀପ ସରକାର, ଡେପୁଟି ପୋଲିସ ଅଧୀକ୍ଷକ ଡିଆରଜି ବିନୀତ ସାହୁଙ୍କ ସମ୍ମୁଖରେ ଦୁଇ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଉଭୟ ନକ୍ସଲ ୨୦୧୫ ମସିହାରେ ବାଲ୍ ସଙ୍ଗମ୍ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୬ ମସିହାରୁ ସଂଗଠନରେ ମିଲିସିଆ ପ୍ଲାଟୁନ୍ ସଦସ୍ୟ ଭାବରେ ସକ୍ରିୟ ଥିଲେ। ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅଧୀନରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୨୫ ହଜାର ଲେଖାଏଁ ନଗଦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।ବିଜାପୁର ଜିଲ୍ଲାରେ ଚଳିତ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪୨ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page