ନୂତନ ଏସଡିପିଓଙ୍କ କାର୍ଯ୍ୟରେ ଯୋଗଦାନ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଆଜି ନୂତନ ଏସଡିପିଓ ଭାବେ ପ୍ରଦୋଷ ପ୍ରଧାନ ଯୋଗ ଦେଇଛନ୍ତି। ପୂର୍ବରୁ ସେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ରହିଥିବା ବେଳେ ବର୍ତ୍ତମାନ ବଦଳି ହୋଇ ସେ ନୂତନ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦାନ କରିଛନ୍ତି। ଶ୍ରୀ ପ୍ରଧାନ ୭ ମ ବ୍ୟାଚର ହୋଇଥିବା ବେଳେ ୨୦୨୨ ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ଉପଖଣ୍ଡର ଆଇନ ଶୃଙ୍ଖଳାକୁ ନିୟମିତ କରିବା ସହିତ ଅମାନିଆ ଗାଡି ଡ୍ରାଇଭର , ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକଳାପ ଏବଂ ଗଞ୍ଜେଇ ଚୋରାଚାଲାଣ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ନୂତନ ଏସଡିପିଓ ଶ୍ରୀପ୍ରଧାନ କହିଛନ୍ତି। ଏହା ପୂର୍ବରୁ ଆଲେକସିୟସ କିସପୋଟା ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ରହିଥିବା ବେଳେ କିଛି ଦିନ ପୂର୍ବେ ଅତିରିକ୍ତ ଏସପି ଭାବେ ପଦୋନ୍ନତି ପାଇବା ପରେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ହୋଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page