ଦୁର୍ଲ୍ଲଭ ପ୍ରଜାତିର କଇଁଛ ଠାବ : ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବନ ବିଭାଗ ସ୍ଥାଣୁ।

ମାଲକାନଗିରି/କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଏମଭି-୬୬ ଗାଁର ଶିବ ମନ୍ଦିରରେ ଗତକାଲି ଏକ ଦୁର୍ଲଭ ପ୍ରଜାତିର କଇଁଛ ଠାବ ହୋଇଥିଲା। ଖବର ପ୍ରସାରିତ ହେଲା ପରେ ଜିଲ୍ଲାର ଅନେକ ବୁଦ୍ଧିଜୀବୀଙ୍କ ମତରେ ଏହି କଇଁଛ ପ୍ରଜାତି ସାରା ଭାରତ ବର୍ଷରେ ବିରଳ ଏବଂ ବିଲୁପ୍ତ ପ୍ରାୟ।ଭାରତ ସରକାରଙ୍କ ଦ୍ବାରା ସଂରକ୍ଷିତ ରଖିବାର ଆଇନ ରହିଛି। ହେଲେ ଖବର ପ୍ରସାରିତ ହେବାରେ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କାଲିମେଳା ବନ ବିଭାଗ ଏଯାଏଁ ସ୍ଥାଣୁ ସଦୃଶ। ଏପର୍ଯ୍ୟନ୍ତ ଉକ୍ତ କଇଁଛଟିକୁ ବନ ବିଭାଗ ନିଜ ଅଧିନକୁ ନେଇଥିବା ବେଳେ ବନ ବିଭାଗର କେହି ଅଧିକାରୀ ସେଠାରେ ପହଞ୍ଚି ନଥିବା ସୂଚନା ମିଳିଛି।ଭାରତୀୟ ଷ୍ଟାର କଇଁଛ ଗୁଡ଼ିକ ବିପଦରେ ପଡ଼ିଥିବା ପ୍ରାଣୀ।ଏହି କଇଁଛ ଦକ୍ଷିଣ ପୂର୍ବ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ଗୃହପାଳିତ ଭାବେ ରଖିଥାନ୍ତି। ଜାପାନ ଏବଂ ଚୀନ ଦେଶରେ ଏହି କଇଁଛକୁ ଘରେ ରଖିଲେ ଘରକୁ ସୌଭାଗ୍ୟ ଆସିବା ସହ ଶୁଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ବିଭିନ୍ନ ସମୟରେ ଏହି କଇଁଛ ଭାରତରୁ ବିଦେଶକୁ ଚୋରାଚାଲାଣ କରାଯାଇଥାଏ। ଏଭଳି ଦୁର୍ଲଭ ପ୍ରଜାତିର କଇଁଛ ତସ୍କରୀ ରୋକିବା ପାଇଁ ଭାରତୀୟ ସୀମା ଶୁଳ୍କ ବିଭାଗ ଏବଂ ଅନ୍ତର୍ଜାତୀୟ ନିୟମ ଦ୍ବାରା ଅନେକ ପଦକ୍ଷେପ ନିଆଯିବ ସତ୍ତ୍ୱେ ଏହାର ତସ୍କରୀ ବନ୍ଦ ହୋଇ ପାରୁନାହିଁ। ଅନ୍ତର୍ଜାତୀୟ ବ୍ୟାପାର ଯୋଗୁଁ ବିଭିନ୍ନ ଉଦ୍ଭିଦ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ବାଧାପ୍ରାପ୍ତ ନହେବା ପାଇଁ ପ୍ରକୃତି ସଂରକ୍ଷଣ ସଂଘ ଏକ ଆନ୍ତର୍ଜାତୀୟ ଚୁକ୍ତିନାମା ଲାଗୁ ହୋଇଛି।ଏହି କଇଁଛ ବିଲୁପ୍ତ ହେବାର ଆଶଙ୍କା ଥିବାରୁ ଭାରତୀୟ ଷ୍ଟାର କଇଁଛକୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବ୍ୟାପାରରେ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ ଯେ ଗୁରୁବାର ସନ୍ଧ୍ୟାରେ ଏମଭି-୬୬ ଗାଁର ଶିବ ମନ୍ଦିର ପୂଜାରୀ ସନ୍ଧ୍ୟା ଆଳତି ପରେ ପହଡ ପକାଇ ଘରକୁ ଯାଇଥିଲେ। ଶୁକ୍ରବାର ସକାଳୁ ମନ୍ଦିର ପହଡ଼ ଖୋଲିବା ବେଳେ ଠାକୁରଙ୍କ ପାଦ ନିକଟରେ ଏହି ଦୁର୍ଲଭ କଇଁଛକୁ ଦେଖିବାକୁ ପାଇଥିଲେ।ଏହି ଘଟଣା ପ୍ରଘଟ ହେଲା ପରେ ଖବର ଲୋକଲୋଚନକୁ ଆସିଥିଲା।ଏ ସମ୍ପର୍କରେ କାଲିମେଳା ବନ ବନାଞ୍ଚଳ ଅଧିକାରୀ ବିଜୟ ନାଏକଙ୍କୁ ପଚାରିବାରୁ ଆଜି ଏ ବିଷୟରେ ସୂଚନା ପାଇଛୁ।ବନ କର୍ମଚାରୀ ସେଠାକୁ ଯାଇଛନ୍ତି।ଯଦି ସେ କଇଁଛଟି ବିରଳ ପ୍ରଜାତିର ହୋଇଥିବ ତେବେ ତାକୁ ଉଦ୍ଧାର କରି କୌଣସି ଏକ ସୁରକ୍ଷିତ ଜଳ ଭଣ୍ଡାରରେ ଛାଡିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page