
କାଲିମେଳା(ଓଡିଶା କ୍ରୋନିକ ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ଖେଳ ପଡିଆ ଠାରେ ଆଦିବାସୀ ମାନଙ୍କ ନିଆରା ପରମ୍ପରା ଗାଦି ପାଣ୍ଡୁମ୍ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ନିଆରା ପର୍ବ ସେମାନଙ୍କର ପୂର୍ବ ପୁରୁଷରୁ ହୋଇଆସୁଥିବା ବେଳେ ସେମାନେ ଏହାକୁ ବହୁ ଆନନ୍ଦ, ଉଲ୍ଲାସ ଓ ଭକ୍ତିର ସହ ପାଳନ କରିଥାନ୍ତି।ସ୍ଥାନୀୟ ଖେଳ ପଡିଆ ଠାରେ କୋଇମେଟଲା ପୂଜା କମିଟି ଆନୁକୂଲ୍ୟରେ ଚାଲିଥିବା ଏହି ଗାଦି ପାଣ୍ଡୁମ୍ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାର ଶୀତୁଆ ରାତିରେ ମନମୋହୁଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।ମଞ୍ଚରେ ଦେଖିବାକୁ ମିଳିଥିଲା ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଯାହାକି ମଞ୍ଚତଳେ ଥିବା ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଥିଲା।ସେହିପରି ନୟନ ମ୍ୟୁଜିକ୍ ଡ୍ୟାନ୍ସ ଦର୍ଶକ ମାନଙ୍କ ପାଇଁ ବେଶ ଚିତାକର୍ଷକ ଥିଲା।ଏହି ସଭାକାର୍ଯ୍ୟ କମିଟିର ସଭାପତି ଗଙ୍ଗାଧର ମାଢିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ କୋଇମେଟଲା ପେଦା ଯୋଗଦେଇ ମହୋତ୍ସବର ଦୀର୍ଘାୟୁ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ଯୁବକ ପ୍ରମୁଖ ପରିଚାଳନା କରିଥିଲେ।