
ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ ୩ ବାଣିଜ୍ୟ ବିଭାଗ ତରଫରୁ ଏକଦିବସୀୟ ସଚେତନତା ସହ ନୂତନ ଶିକ୍ଷା ନୀତି ବିଷୟରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମକୁ ଆରତୀ ଲୁଗୁନ ସ୍ବାଗତ ଜଣାଇବା ସହିତ ନୂତନ ପାଠ୍ୟ ଖସଡ଼ା ବିଷୟରେ ଆଲୋକପାତ କରିଥିଲେ l ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ନୂତନ ଶିକ୍ଷା ନୀତି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ l ଉଚ୍ଚ ଶିକ୍ଷାରେ ଯୁକ୍ତ ୩ ପଢିବା ପାଇଁ ୪ବର୍ଷ ଆବଶ୍ୟକ ଅଟେ ଏବଂ ବିଭାଗ ପରିବର୍ତ୍ତେ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯିବ l ଏଥିରେ ମୂଲ୍ୟ ଯୁକ୍ତ ବିଷୟ, ବହୁମୁଖୀ ବିଷୟ, ବରିଷ୍ଠ ସମ୍ମାନ,କନିଷ୍ଠ ସମ୍ମାନ, ଅନ୍ତର୍ନିହିତ ମୂଲ୍ୟାୟନ ୪୦ ଓ ଶେଷ ବିଦ୍ୟାଳୟ ପରୀକ୍ଷା ୬୦, ଦୁଇ ଗୋଟି ସେମିଷ୍ଟାରରେ ଯୁଗ୍ମ ଓ ଅଯୁଗ୍ମ ସେମିଷ୍ଟାର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ପ୍ରତ୍ୟେକ ଛାତ୍ର ‘ଏକାଡେମୀକ ବ୍ୟାଙ୍କ ଅଫ କ୍ରେଡିଟ’ରେ ପଞ୍ଜିକରଣ କରିବା ପାଇଁ ବାଧ୍ୟତା ମୂଳକ କରାଯାଇଛି l ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ପିଜି ପାଠ୍ୟକ୍ରମରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହି କାର୍ଯ୍ୟକ୍ରମରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ l ସଭା ଶେଷରେ ବି.ଜି ରାଓ, ବାଣିଜ୍ୟ ବିଭାଗ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ l