
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପୁଲିସ ଏବଂ ବିଏସଏଫ ବାହିନୀକୁ ବଡ଼ ସଫଳତା।ସର୍ଚ୍ଚ ଅପରେସନରେ ଦୁଇ ବାଟାଲିୟନ ବିଏସଏଫ ଯବାନ ସିଲାକୋଟା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ନିର୍ଦିଷ୍ଟ ସୂଚନାକୁ ଆଧାର କରି ଯବାନ ମାନେ ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଗାଁ ନିକଟସ୍ଥ ଜଙ୍ଗଲରେ ଚଳାଇଥିଲେ ସର୍ଚ୍ଚ ଅପରେସନ। ଭିନ୍ନ ଭିନ୍ନ ସ୍ଥାନରେ ତଲାସି ବେଳେ ପଥର ସନ୍ଧି , ଗଛ କୋରଡରୁ ମାଓ ଡମ୍ପ ସନ୍ଧାନ ମିଳିଥିଲା। ଅତ୍ୟନ୍ତ ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲା ସିଲାକୋଟା ଜଙ୍ଗଲରୁ ଆଇଇଡି , ଡେଟୋନେଟର , ବିଦ୍ୟୁତ ତାର , ପାଓ୍ବାର ବ୍ୟାଙ୍କ ଏବଂ ଏସବିଏମଏଲ ବନ୍ଧୁକ ଭଳି ଅନେକ ମାଓ ଡମ୍ପ ଉଦ୍ଧାର କରିଛନ୍ତି ବିଏସଏଫ ଯବାନ। ଜିଲ୍ଲା ପୁଲିସ ଏବଂ ବିଏସଏଫର ଲଗାତାର ଅପରେସନ ଜାରି ରହିଥିବା ବେଳେ ଯବାନଙ୍କ ଏହି ସଫଳତା ନିଶ୍ଚିତ ଭାବେ ମାଓବାଦୀ ସଙ୍ଗଠନକୁ ଦୁର୍ବଳ କରିବ ଆଶଙ୍କା କରାଯାଉଛି। ପୂର୍ବରୁ ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିଲା। ମାଲକାନଗିରି ଜିଲ୍ଲାକୁ ମାଓ ମୁକ୍ତ କରିବା ପାଇଁ ଜିଲ୍ଲା ପୁଲିସ ଏବଂ ବିଏସଏଫ ନିରନ୍ତର ସର୍ଚ୍ଚ ଓ କୁମ୍ବିଂ ଅପରେସନ ଜାରି ରଖିଛନ୍ତି।