
ମାଲକାନଗିରି(କ୍ରୋନିକ ଓଡ଼ିଶା)ଉତ୍କଳ ସାମ୍ବାଦିକ ସଂଘର ମାଲାକାନଗିରି ଜିଲ୍ଲା ଶାଖା ପକ୍ଷରୁ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଠାରେ ଥିବା ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବିଭିନ୍ନ ପଦପଦବୀ ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ଚୟନ ପ୍ରକ୍ରିୟାରେ ସର୍ବସମ୍ମତି କ୍ରମେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବେ ଅଶୋକ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ଭାବେ ବି ଶ୍ରୀନିବାସ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନ ମଲ୍ଲ, ଜିଲ୍ଲା ଉପସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ହୃଷୀକେଶ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିବଦତ୍ତ ସାହୁ ଓ ନୃଷିଂହ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି।ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ଏନଏସିରେ ସଂଘକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ଜଣେ ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ସଂଯୋଜକ ଭାବେ ଚୟନ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ସାମ୍ବାଦିକଙ୍କ ସୁରକ୍ଷା, ସଂଘର ବିକାଶ ଓ ସହଯୋଗୀ ମନଭାବ ରଖି କାର୍ଯ୍ୟ କରିବାକୁ ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି। ଚୟନ ପ୍ରକିୟା ପରେ ମାଲାକାନଗିରି ମୁଖ୍ୟ ବଜାରରେ ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ସହ ସଂଘର କର୍ମକର୍ତ୍ତା ମାନେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରି ଏଥିରେ ବାଜା ବଜେଇ ବିଭିନ୍ନ ସକିସର ବାଣ ଫୁଟାଇଥିଲେ। ଅନ୍ୟପଟେ ଉତ୍କଳ ସାମ୍ବାଦିକ ସଂଘର ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।