ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଯୁବ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ଶ୍ରୀରାମନଗର ଠାରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁଙ୍କ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବେ ତପନ ନାରାୟଣ ରଥ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ମାଲକାନଗିରି ଓ ନୀଳମଣୀ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଉଚ୍ଚ ବିଦ୍ୟାଳୟ,କୋରକୋଣ୍ଡା ତଥା ସଭାପତି, ବିଶ୍ଵ ହିନ୍ଦୁ ପରିଷଦ, ମାଲକାନଗିରି ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଭଉଣୀ ଓ ଗୁରୁମାଙ୍କ ଦ୍ଵାରା ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ସ୍ଵାଗତ କରାଯାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନାପ୍ରଦାନ କରିବାପରେ ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ ଉପଲକ୍ଷେ ୫ମ ଶ୍ରେଣୀ ଛାତ୍ର ବିଘ୍ନେଶ ବିଦ୍ଵାନ ପାଣି ଗ୍ରାହୀ ଙ୍କ ଦ୍ଵାରା ସ୍ଵଦେଶ ମନ୍ତ୍ରପାଠ ଓ ଦୁଇ ମିନିଟ ସମବେତ ଧ୍ୟାନ କରାଯାଇଥିଲା। ମଞ୍ଚାସୀନ ଅତିଥିମାନେ ସ୍ୱାମୀଜୀଙ୍କ ସଂଘର୍ଷମୟ ଜୀବନୀ ଓ ଚିକାଗୋ ସମ୍ମିଳନୀରେ ସନାତନ ଧର୍ମର ପ୍ରାଚୀନତା ଓ ସହନଶୀଳତା ଉପରେ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଉତ୍କଳ କଳା ଓ ସଂସ୍କୃତି ବିଭାଗ ଦ୍ଵାରା ୧୭ ନଭେମ୍ବର୨୦୨୪ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ୨୪ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂସଦର ଆଜୀବନ ସଦସ୍ୟା ସାଧନାରାଣୀ ମଣ୍ଡଳ, ପ୍ରତିମା ନାୟକ, ଅଙ୍ଗୁର ବାଳା ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ଲୋକସଂସଦର ଆଜୀବନ ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି(ଦିଶା) ବୈଠକ , ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ ଉପରେ ଗୁରୁତ୍ବ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ଵୟ ଓ ପର୍ଯ୍ୟାଲୋଚନା ନିମନ୍ତେ ଗଠିତ କମିଟି (ଦିଶା) ର ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ଲୋକସଭା ସାଂସଦ ଈଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି…

    ବୃତ୍ତିଗତ ମାନ ଉନ୍ନତି ପାଇଁ ହାଇଦ୍ରାବାଦ ଗଲେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବୃତ୍ତିଗତ ମାନ ଉନ୍ନତି ତାଲିମ ପାଇଁ ହାଇଦ୍ରାବାଦ ଗଲେ।ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲା ପାଇଁ…

    Leave a Reply

    Your email address will not be published. Required fields are marked *

    You cannot copy content of this page