ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦିନକୁ ଦିନ ମାଛ ମାଂସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାର ଦେଖିବାକୁ ମିଳିଛି।ଗତକାଲି ତଥା ୧-ଜାନୁଆରୀ ୨୦୨୫ ରିଖ ଠାରୁ ବାଲିମେଳା ସହର ସମେତ କୋରୁକୋଣ୍ଡା ସଦର ମହକୁମାରେ ବ୍ୟବସାୟ କରୁଥିବା କିଛି ଆମିଷ ବେପାରୀ ମାନେ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ଏବଂ ବଣିକ ସଂଘ ସହ କୌଣସି ଆଲୋଚନା ନକରି ମନଇଚ୍ଛା ଛେଳି ମାଂସ ଦର କିଲୋ ପିଛା ୧୦୦ ଟଙ୍କା ବୃଦ୍ଧି ଓ ମାଛ ପୂର୍ବରୁ ବିକ୍ରୀ ହେଉଥିବା ଦର ଠାରୁ ଅଧିକ ଟଙ୍କାରେ ବିକ୍ରୀ କରୁଥିବାରୁ ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ମୁଖ୍ୟତଃ ଖାସି ମାଂସ ଯେଉଁ ଦରରେ ବିକ୍ରୀ ହେଉଛି ସେହି ଦରରେ ଅନ୍ୟ ଛେଳି ମାଂସ ବିକ୍ରୀ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ବାଲିମେଳା, କୋରୁକୋଣ୍ଡା ସଦର ମହକୁମା ସମେତ ବ୍ଲକ ଅଧୀନରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଧାର୍ଯ୍ୟ ବାରରେ ହେଉଥିବା ସାପ୍ତାହିକ ହାଟ ମାନଙ୍କରେ ରୋହି, ଭାକୁର, ମିରକାଳି,କର୍ପୁ, ଗ୍ଲାସ କପ, ଚିଙ୍ଗୁଡ଼ି ଭଳି ବିଭିନ୍ନ ମାଛର ଦର ପୂର୍ବରୁ ଯେତିକି ରହିଥିଲା ବର୍ତ୍ତମାନ ତାଠାରୁ ୫୦/୧୦୦ ଟଙ୍କା ଅଧିକ ଦରରେ କିଛି ବେପାରୀ ମନଇଚ୍ଛା ବିକ୍ରୀ କରୁଥିବା ନେଇ ଅଞ୍ଚଳର ଖାଉଟିମାନେ ଅଭିଯୋଗ କରିଛନ୍ତି।
ମାଛ କେଜି ପ୍ରତି ପୂର୍ବରୁ ବିକ୍ରୀ ହେଉଥିବା ବେଳେ ବର୍ତ୍ତମାନ କିଛି ବେପାରୀ ଏହାକୁ ୨୨୦ ରୁ ୨୫୦ଟଙ୍କାରେ ବିକ୍ରୀ କରୁଛନ୍ତି।ଚିତ୍ରକୋଣ୍ଡା ଡ୍ୟାମ ଏବଂ ବିଭିନ୍ନ ଅଞ୍ଚଳରୁ ଆସୁଥିବା କଟା ମାଛରେ ଅହେତୁକ ଭାବେ ଦର ବୃଦ୍ଧିପାଇଛି ବର୍ତ୍ତମାନ କଟା ମାଛ କେଜି ପିଛା ୩୦୦ ରୁ ଅଧିକ ଦରରେ ବିକ୍ରୀ ହେଉଛି। କଣ୍ଟିଆ, ପବତା, ବାଉଁଶପତ୍ରି, କରାଣ୍ଡି, ଫଳି, ମାଉରାଳୀ ଭଳି ଛୋଟ ମାଛର ଦର ବର୍ତ୍ତମାନ କଟାମାଛ ଦର ଠାରୁ ଅଧିକ ଟଙ୍କାରେ ବିକ୍ରୀ କରାଯାଉଛି।ସେହିପରି ଛେଳି ମାଂସ କିଲୋ ପ୍ରତି ୭୦୦ ଟଙ୍କାରେ ବିକ୍ରୀ ହେଉଥିଲା କିନ୍ତୁ ନୂଆ ବର୍ଷର ପ୍ରଥମ ଦିନରୁ ଏହି ଛେଳି ମାଂସ ୮୦୦ ଟଙ୍କାରେ ବିକ୍ରୀ କରାଯାଉଛି। କିଛି ମାଛ ମାଂସ ବେପାରୀଙ୍କ ପକ୍ଷରୁ ମନଇଚ୍ଛା ଆମିଷ ଦର ବୃଦ୍ଧି କରି ବିକ୍ରୀ କରୁଥିବାରୁ ଅଞ୍ଚଳରେ ବସବାସ ଥିବା ଗରିବ ଓ ମଧ୍ୟମ ଶ୍ରେଣୀର ଖାଉଟି ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉପରୋକ୍ତ ଅଞ୍ଚଳ ମାନଙ୍କରେ ବିକ୍ରୀ ହେଉଥିବା ଆମିଷ ଓ ପନିପରିବା ଦର ଧାର୍ଯ୍ୟ କରିବାକୁ ଜନ ସାଧାରଣ ଦାବୀ କରିଛନ୍ତି। ଅନ୍ୟପକ୍ଷେ ମାଛମାଂସ ଓ ପନିପରିବା ବିକ୍ରୀ କରିବା ପାଇଁ ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ବାଲିମେଳା ଏନଏ ସି ପକ୍ଷରୁ ବାଲିମେଳା ଦୈନିକ ବଜାର ମଧ୍ୟରେ ବହୁ ଭେଣ୍ଡିଙ୍ଗ ଜୋନ ଓ ଦୋକାନ ଗୃହ ନିର୍ମାଣ କରିଛନ୍ତି। କିନ୍ତୁ ବହୁ ବ୍ୟବସାୟୀ ପ୍ରଶାସନଙ୍କ ନିୟମକୁ ମାନି ଦୈନିକ ବଜାରରେ ବେପାର କରୁଥିବା ବେଳେ ଆଉ କିଛି ବ୍ୟବସାୟୀ ପ୍ରଶାସନର ଏହି ନିୟମକୁ ଅବମାନନା କରି ସହରର ବିଭିନ୍ନ ଅଞ୍ଚଳର ରାସ୍ତା ପାର୍ଶ୍ଵରେ ତଥା ସ୍କୁଲ ପାଖରେ ଖୁଲମ ଖୁଲା ମାଛ ମାଂସ କାଟି ବିକ୍ରୀ କରୁଥିବା ଯୋଗୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସ୍କୁଲ ପିଲାଙ୍କ ସହ ସାଧାରଣ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ନେଇ ସହରବାସୀ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ବାଲିମେଳା ଏନ ଏ ସି ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ରଙ୍କୁ ପଚାରିବାରୁ ଆମିଷ ବେପାରୀ ମାନେ ମାଛ ମାଂସ ଦର ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଅନୁମତି ନେଇନାହାନ୍ତି। ଏନଏସି କତୃପକ୍ଷଙ୍କ ତରଫରୁ ଏ ଦିଗରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…