ସାବରୀ ବିଦ୍ୟା ଭବନ ୭୫ ବର୍ଷ ପୂର୍ତ୍ତି :ବନ୍ଧୁ ମିଳନ ସହ ଗୋଲ୍ଡେନ ଜୁବଲି ପାଳନ ;’ବନ ମଲ୍ଲିକା’ , ‘ମୋ ମାଲକାନଗିରି’ ପୁସ୍ତକ ଉନ୍ମୋଚନ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ସାବରୀ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲ ପାଇବାର ନିର୍ଭୁଲ ଠିକଣା, ସାଙ୍ଗ, ଛାତି ତଳେ ସାଇତା ଏକ ଛବିଳ ସ୍ମୃତି। ସାଙ୍ଗ ଏକ ଅସରନ୍ତି ସମ୍ପର୍କର ନାଁ , ନିସ୍ୱାର୍ଥପର ଭଲ ପାଇବାର ଦିଗଦର୍ଶନ।ଏମିତି ଅନେକ କିଛି କହି ୮୦ ଓ ୯୦ ଦଶକର ସାଙ୍ଗ ସାଥି ମାନେ ଏକ ହୋଇ ସାବରୀ ବିଦ୍ୟା ଭବନ ସଭା ଗୃହରେ ପାଳିଥିଲେ ବନ୍ଧୁ ମିଳନ। ଏହି ବନ୍ଧୁ ମିଳନ ପ୍ରାରମ୍ଭରେ ଶିକ୍ଷାଦାନ ଦେଇଥିବା ସ୍ୱର୍ଗୀୟ ଶିକ୍ଷକ ମାଣିକ ଲାଲ ଘୋଷ୍, ଅମିୟ କୁମାର ବୋଷ, ବନ ବିହାରୀ ସରକାର, ପ୍ରତିମା ପାଲ, ମୀନତି ମୁନସୀ, ଚିନ୍ତା ହରଣ ମଣ୍ଡଳ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ୱପନ କୀର୍ତ୍ତନିଆ, ଦୀପକ ଦତ୍ତ, ମୁକୁଲ ମଣ୍ଡଳ, ଚିତ୍ତ ରଞ୍ଜନ ସିକଦାର, ନିମାଇଁ ପାଲ, ବିଦ୍ୟୁତ୍ ବିଶ୍ବାସ ପ୍ରମୁଖ ମଞ୍ଚାସୀନ ଥିଲେ। ଡି ଏନ୍ କେ ଅମଳରେ ସ୍ଥାପିତ ହୋଇଥିବା ଏହି ସାବରୀ ବିଦ୍ୟା ଭବନ ୧୯୭୬ ମସିହାରେ କେମିତି କେତେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ସେ ସମ୍ପର୍କରେ ସମସ୍ତେ ନିଜ ନିଜର ଅନୁଭୂତି କହିବା ସହ ଜୀବନରେ ବନ୍ଧୁ ଓ ଉତ୍ତମ ଶିକ୍ଷକଙ୍କ ଆବଶ୍ଯକତା ଉପରେ ମତ ରଖିଥିଲେ। ୨୦୨୫ ମସିହାରେ ଅନୁଷ୍ଠାନକୁ ୭୫ ବର୍ଷ ପୁର୍ତ୍ତି ପାଳନ ସହ ଗୋଲ୍ଡେନ ଜୁବଲି ପାଳନ ନେଇ ଆଲୋଚନା ହୋଇଛି। ଏହି ଗୋଲ୍ଡେନ ଜୁବଲି କାର୍ଯକ୍ରମରେ ୮୦-୯୦ ବ୍ଯାଚର ସମସ୍ତ ବନ୍ଧୁଙ୍କୁ ନେଇ ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି। ଏହା ୨୦୨୫ ଡିସେମ୍ବର ୨୪-୨୫ ତାରିଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୮୦-୯୦ ମସିହାରେ ଶିକ୍ଷକତା କରିଥିବା ଶିକ୍ଷକ ସୁଭାଷ ପଣ୍ଡା, ଯୁଧିଷ୍ଠିର ସାହୁ, ଦୀନବନ୍ଧୁ ସରଦାର୍, ଏ ବି ମୂଖାର୍ଜୀ, ବି କେ ପାତ୍ରଙ୍କୁ ସମ୍ମାନିତ କରାଯିବା ସହ ୬ ଜଣ ସ୍ୱର୍ଗୀୟ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅନୁଷ୍ଠାନର ଛାତ୍ର ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ବନ ବିଭାଗରେ କାର୍ଯ୍ୟରତ ଥିବା ରେଞ୍ଜର ବିଦ୍ୟୁତ ବିଶ୍ବାସ ଲିଖିତ ‘ବନ ମଲ୍ଲିକା’ ଏବଂ ଛାତ୍ର ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ହିମାଂଶୁ ମଣ୍ଡଳଙ୍କ ଲିଖିତ ‘ମୋ ମାଲକାନଗିରି’ ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯାଇଥିଲା। ଆର୍ଥିକ ଅଭାବରେ ଥିବା ଛାତ୍ରଛାତ୍ରୀ ମାନେ କିଭଲି ଭଲ ପାଠ ପଢି ମେଧାବୀ ହୋଇ ପାରିବେ ଏବଂ ତାଙ୍କର ଅର୍ଥାଭାବ କିପରି ଦୂର ହୋଇ ପାରିବ ସେ ନେଇ ଏକ ଛାତ୍ରବୃତ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଯାହାର ସୁଫଳ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀ ମାନେ ପାଇ ପାରିବେ।ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ସର୍ଦାର ପରିଚାଳନା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page