ସ୍ୱାମୀ ବିବେକାନନ୍ଦ କ୍ଲବରେ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସ୍ୱାମୀ ବିବେକାନନ୍ଦ କ୍ଲବ ପରିସରରେ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସ୍ୱାମୀ ବିବେକାନନ୍ଦ କ୍ଲବର ସଭାପତି ଶିବଦତ୍ତ ସାହୁ ସମ୍ପାଦକ ରାକେଶ ସିଂ, ସିମାଞ୍ଚଳ ପ୍ରଧାନ,ଶ୍ୟାମ ସୁନ୍ଦର ନାଗ, ଗଣେଷ ହରିଜନ,ପ୍ରକାଶ ହରିଜନଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନଙ୍କର ନେତୃତ୍ୱରେ ଏହା ଆୟୋଜନ କରାଯାଇଛି। ଏହି ଟୁର୍ନାମେଣ୍ଟରେ ବାଲିମେଳା ସହରର ଆୟପ୍ପା ସାହି, ମନୋରଞ୍ଜନ କ୍ଲବ, ବିବେକାନନ୍ଦ କ୍ଲବ ଦୁର୍ଗା ସାହି, ନୂତନ ବସ ଷ୍ଟାଣ୍ଡ, ଓହେଚପିସି ପଡିଆ ଟିମ, ନୂଆସାହି , ଜେଇଡି ଲାଇନ , ବିବେକାନନ୍ଦ-ବି , ଗୋପବନ୍ଧୁ କ୍ଲବ ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ନୀଳାଦ୍ରୀ ନଗର , ଚିତାପାରି-୩ , ପୁରୁଣା ଚିତାପାରି , ୪ ନମ୍ବର ଗ୍ରାମ ଟିମ ଏବଂ ଏମଭି-୧୦୪ ନମ୍ୱର ଗାଁ ଏପରି ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବେ।ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଆସନ୍ତା ୨୯ ତାରିଖରେ ଖେଳା ଯିବାକୁ ସ୍ୱାମୀ ବିବେକାନନ୍ଦ କ୍ଳବ ପକ୍ଷରୁ ନିଷ୍ପତି ନିଆଯାଇଛି।ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଓର୍କେଲ ଥାନା ଅଧିକାରୀ ଧିରେନ କୁମାର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଏସ ଆଇ ମନୋହର ସାହୁ, ଏଏସଆଇ ମିଳନ ବରିହା ପ୍ରମୁଖ ଯୋଗଦେଇ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିବା ପରେ ରିବନ କାଟି ଏହି ଭଲିବଲ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ପ୍ରଥମ ମ୍ୟାଚ ଆୟପ୍ପା ସାହି ଓ ମନୋରଞ୍ଜନ କ୍ଳବ ଟିମ ମଧ୍ୟରେ ଖେଳ ହୋଇଥିଲା। ଏହାପରେ ନୀଳାଦ୍ରୀନଗର ଓ ଜେଇଡି ଲାଇନ ଟିମ ମଧ୍ୟରେ ଖେଳ ହୋଇଥିଲା। ଏହିପରି ଆଜି ମୋଟ ୪ଟି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page