ଗୋବିନ୍ଦପାଲି ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରାଜ୍ୟର ସର୍ବଶ୍ରେଷ୍ଠ ମାନ୍ୟତା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ସ୍ଥିତ ସରକାରୀ ଜାତି ଓ ଜନଜାତି ବିଭାଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରାଜ୍ୟର ସର୍ବଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି।ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୦୨୪ ବର୍ଷର ଏହି ମାନ୍ୟତା ମିଳିଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ସ୍ତରୀୟ ସର୍ଗିଫୁଲ ୨୦୨୪ କାର୍ଯ୍ୟକ୍ରମ ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସ୍ୱର୍ଣ୍ଣକାର ଏହି ମାନପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ।ସୂଚନା ଥାଉ ଯେ ୨୦୨୪ ବର୍ଷରେ ବିଦ୍ୟାଳୟର ବିଜ୍ଞାନ ତଥା ବାଣିଜ୍ୟ ଦୁଇଟି ବିଭାଗରେ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ପାସ ହାର ରହିଥିବା ବେଳେ ରାଜ୍ୟରେ ବାଣିଜ୍ୟରେ ଉମେଶ ରନ୍ଧାରୀ ରାଜ୍ୟ ଟପରକୁ ମଧ୍ୟ ଉକ୍ତ ମଞ୍ଚରେ ମାନପତ୍ର ସହ ସମ୍ମାନିତ କରାଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀସ୍ୱର୍ଣ୍ଣକାର ଏହି ପୁରସ୍କାର ପାଇବା ପରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ କଠିନ ପରିଶ୍ରମ ପାଇଁ ଆଜି ବିଦ୍ୟାଳୟ ରାଜ୍ୟରେ ଏକ ନମ୍ବର ହୋଇ ପାରିଛି।ଆଗକୁ ବିଦ୍ୟାଳୟ କିପରି ରାଜ୍ୟ ସହିତ ଦେଶରେ କିପରି ଏକ ନମ୍ବର ହୋଇ ପାରିବ ସେ ଦିଗରେ ଆମେ ପ୍ରୟାସ ଜାରି ରଖିଛୁ ବୋଲି କହିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page