ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ରଥ ଶୁଭାରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପାଣି ପଂଚାୟତ ରଥର ଶୁଭ ଉଦ୍ଘାଟନ କରାଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଥକୁ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଉପସ୍ଥିତି ଥିଲେ। ତାପରେ ମାଟିବନ୍ଧ, ଉପ ବିଭାଜନ- ୩ କାର୍ଯ୍ୟାଳୟ ଠାରେ ମାଟିବନ୍ଧ ବିଭାଜନ ଚିତ୍ରକୋଣ୍ଡା ଦ୍ଵାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଥିଲା। ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ପୀତବାସ ସେଠୀ ଏହି ସଭାକୁ ଉଦ୍ଘାଟନ କରି ପାଣି ପଂଚାୟତର ପରିଚୟ ଓ ପାଣି ପଞ୍ଚାୟତ ସଭ୍ୟ ଓ ସଭ୍ୟା ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଇଂ ରମାକାନ୍ତ ପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ମାଟିବନ୍ଧ ବିଭାଜନ, ଚିତ୍ରକୋଣ୍ଡା ସଭାପତିତ୍ଵ କରିଥିଲେ।ଏହି ଅବସରରେ ସତ୍ୟ ନାରାୟଣ ପାଲ,ମାଲକାନଗିରି ବିଧାୟକ ପ୍ରତିନିଧି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭାଜନରେ ହେଉଥିବା ମରାମତି କାର୍ଯ୍ୟ ଗୁଡ଼ିକ ସୂଚାରୁ ରୁପେ କରିବା ପାଇଁ ନିଜର ମତାମତ ରଖିଥିଲେ। ତତ୍ ସହିତ ମୁଖ୍ୟ ବକ୍ତା ଭାବେ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଏହାକୁ ସୁଦୃଢ କରିବା ପାଇଁ କୃଷକ ମାନଙ୍କ ଭୂମିକା ବିଷୟରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାତ୍ର,ଫିରୋଜ କୁମାର ବିଡ଼ିକା, ଗୋଷ୍ଠୀ କୃଷି ସମ୍ପ୍ରସାରଣ ଅଧିକାରୀ, ମାଲକାନାଗିରି,ପ୍ରଶାନ୍ତ କୁମାର ପାତ୍ର, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ମାଲକାନଗିରି, ନିରଞ୍ଜନ ହାଲଦାର୍, ଉପାଧ୍ୟାକ୍ଷ, ମାଲକାନଗିରି ବ୍ଲକ, ରାଜେନ୍ଦ୍ର କୁମାର କୁଲଦୀପ ଅବସରପ୍ରାପ୍ତ ସେକ୍ସନ ଅଫିସର, ବାଲିମେଳା ପ୍ରମୁଖ ଯୋଗ ଦାନ କରି ପାଣି ପଞ୍ଚାୟତ ପକ୍ଷ ପାଳନର ବିଶେଷତ୍ଵ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ଗଣ ପାଣି ପଞ୍ଚାୟତର ସଭ୍ୟ ଓ ସଭ୍ୟା ମାନଙ୍କୁ ସୁଚାରୁ ରୂପେ ପାଣିର ସୁବଣ୍ଟନ କରିବା ସହିତ ଜଳବାୟୁ ପରିବର୍ତ୍ତନ ଅନୁସାରେ ଚାଷ କରିବା ପାଇଁ ଅନୁରୋଧ କରିଥଲେ।ଏହି ସଭାରେ ବିବିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି ଠାରେ ଅନୁଷ୍ଠିତ ହୋଇଥିବା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲ। ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ମାଟିବନ୍ଧ ବିଭାଜନ କର୍ମଚାରୀଙ୍କ ଦ୍ଵାରା କୁନି କୁନି ପିଲାମାନଙ୍କ ମାଧ୍ୟମରେ ସ୍ବାଗତ ସଙ୍ଗୀତ, ପାଣି ପଞ୍ଚାଯତ ଗୀତ ଓ ଭଜନ ପରିବେଷଣ କରାଯାଇଥିଲ। ସଭାଟିକୁ ଶଙ୍କର ଦାସ ସଞ୍ଚାଳନ କରିଥିଲେ ଏବଂ ପରିଶେଷରେ ମାଟିବନ୍ଧ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ବେହେରା ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page