ବାଲିମେଳା ପୋଟେରୁ କେନାଲ ବିଭାଜନ ସ୍ତରୀୟ ପାଣି ପଞ୍ଚାଯତ ପକ୍ଷ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହର ସ୍ଥିତ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ଡିଭିଜନ ସ୍ତରୀୟ ପାଣି ପଞ୍ଚାଯତ ପକ୍ଷ ପାଳିତ ହୋଇଯାଇଛି। ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ବାରା ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଉକ୍ତ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ କୁନି କୁନି ପିଲାମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ରବିବାର ଦିନ ସୁର୍ଲୁକୋଣ୍ଡା ବ୍ୟାରେଜ ଠାରେ ପୋଟେରୁ ଜଳ ସେଚନ ବିଭାଜନ ଦ୍ଵାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ବ୍ୟାପକ ଆୟୋଜନ କରାଯାଇଥଥିବା ବେଳେ ବିଭିନ୍ନ ପାଣି ପଞ୍ଚାଯତ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ। ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ପୀତବାସ ସେଠୀ ଆଜିର ସଭାରେ ସଭାପତିତ୍ଵ କରିଥିବା ବେଳେ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା, ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ବନ୍ଧୁଙ୍କୁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ପୋଟେରୁ ଜଳ ସେଚନ ପ୍ରକଳ୍ପର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ଏହି ଅବସର ରେ ଇଂ.ସ୍ବରୂପ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, କାଡା ଡିଭିଜନ, ମାଲକାନଗିରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଏହାକୁ ସୁଦୃଢ କରିବା ପାଇଁ କୃଷକ ମାନଙ୍କ ଭୂମିକା ବିଷୟରେ କୃଷକ ଭାଇ ମାନଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ପତିତପାବନ ବୈଦ୍ୟ , ମାଲକାନଗିରି ବିଧାୟକ ପ୍ରତିନିଧି ଏସ୍ ମହେଶ୍ୱର, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଇସାକ ଖୋସଲା , ସରପଞ୍ଚ ଦୁଡାମେଟା ମାଧବ ମାଡ଼ି ଏବଂ ସହକାରୀ ଯନ୍ତ୍ରୀ,ଉଦ୍ୟାନ କୃଷି ବିଭାଗ ଦିଗାମ୍ବର ମାଡକାମୀ, ସାମ୍ବାଦିକ ନିରଂଜନ ମଲ୍ଲ ଏବଂ ଶିବ ଦତ୍ତ ସାହୁ ପ୍ରମୁଖ ଯୋଗ ଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ବିଶେଷତ୍ଵ ଓ ଗୁରୁତ୍ୱ ସମ୍ପର୍କରେ ବିଶେଷ ଆଲୋକପାତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅତିଥି ଗଣ ସମସ୍ତ ପାଣି ପଞ୍ଚାୟତର ସଭ୍ୟ ଓ ସଭ୍ୟା ମାନଙ୍କୁ ସୁଚାରୁ ରୂପେ ପାଣିର ସୁବଣ୍ଟନ କରିବା ସହିତ ଜଳବାୟୁ ପରିବର୍ତ୍ତନ ଅନୁସାରେ ଚାଷ କରିବା ପାଇଁ ଅନୁରୋଧ କରିଥଲେ।ଏହା ସହିତ ଗତ ତା ୧୯-୧୨-୨୦୨୪ ରିଖ ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିମେଳା ଠାରେ ଅନୁଷ୍ଠିତ ହୋଇଥିବା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ପାଣି ପଞ୍ଚାଯତ ପକ୍ଷ ସଭା ପରିଶେଷରେ ପୋଟେରୁ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଂ.ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସମାପନ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page