ପରିବେଶ , ଜଙ୍ଗଲ ଏବଂ ପାଣି ନଷ୍ଟ ବିନା ବିଜୁଳି ଉତ୍ପାଦନ ସହ ରୋଜଗାର – ଉପ ମୁଖ୍ୟମନ୍ତ୍ରୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ବିଦ୍ୟୁତ ନିଗମ ଦ୍ବାରା ଏକ ନୂତନ ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟ ମାଧ୍ୟମରେ ୬ ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ , ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ , ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏବଂ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକଙ୍କ ସମ୍ମୁଖରେ ଓଏଚପିସି ଅପରେସନ ନିର୍ଦେଶକ ଆଶିଷ କୁମାର ମହାନ୍ତିଙ୍କ ଦ୍ବାରା ପିଏସପି ପ୍ରକଳ୍ପ ପ୍ରସ୍ତୁତି ଉପସ୍ଥାପନା କରାଯାଇଥିଲା। ପାଖାପାଖି ୩ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୫ ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବ।ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଖଡିକାଝୋଡି ଗାଁ ନିକଟରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯିବ।ଦିନ ବେଳେ ସୋଲାର ବିଦ୍ୟୁତ ଦ୍ବାରା ଏହି ନିମ୍ନ ଜଳ ଭଣ୍ଡାରର ପାଣିକୁ ପମ୍ପ ସାହାଯ୍ୟରେ ଭୂତଳ ପାଇପ ମାଧ୍ୟମରେ ଉପର ଜଳ ଭଣ୍ଡାରରେ ଗଚ୍ଛିତ କରାଯିବ ଏବଂ ସେହି ପାଣିକୁ ଟରବାଇନକୁ ପଠାଯାଇ ବିଦ୍ୟୁତ ଉତ୍ପାଦନ କରାଯିବ। ବାରମ୍ବାର ସେହି ପାଣିକୁ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରାଯିବ।ଏଥିରେ ମାତ୍ର ୫ ପ୍ରତିଶତ ପାଣି ନଷ୍ଟ ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପର ପାଓ୍ବାର ହାଉସ ଭୂତଳ ହେଉଥିବାରୁ ଜଙ୍ଗଲ କ୍ଷୟକ୍ଷତି ସର୍ବନିମ୍ନ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ , ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଶୁଲଭ ହୋଇପାରିବ। ଏହି ପ୍ରକଳ୍ପ ନିର୍ମାଣ ଅଞ୍ଚଳର କୌଣସି ଗାଁ ବିସ୍ଥାପିତ ହେବେ ନାହିଁ ବରଂ ପ୍ରାୟ ହଜାରରୁ ଊର୍ଦ୍ଧ୍ଵ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଇବାର ସୁଯୋଗ ପାଇବେ। ଏଥିସହିତ ନିମ୍ନ ଜଳ ଭଣ୍ଡାରରେ ପାଖାପାଖି ଏକ ଶହ ଏକର କ୍ଷେତ୍ରରେ ମାଛଚାଷ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି। ଯାହା ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇବ ବୋଲି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ତେବେ ଉକ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ଥିବା ଅର୍ଥ ଏବଂ ଜଙ୍ଗଲ ବିଭାଗ ଅନୁମତି ପରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।୨୦୩୧ ସୁଦ୍ଧା ଏହି ପିଏସପ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବାର ଲକ୍ଷ୍ୟ ରଖାଯାଇଛି। ମାଲକାନଗିରି ଜିଲ୍ଲାରେ ୫ ମେଗାୱାଟ , କଳାହାଣ୍ଡିର ଇନ୍ଦ୍ରାବତୀରେ ୬ ଶହ ମେଗାୱାଟ , କୋରାପୁଟର ଉପର କୋଲାବରେ ୬ ଶହ ମେଗାୱାଟ ଏବଂ କନ୍ଧମାଳର ଖରାଗ ଜଳ ବିଦ୍ୟୁତ କେନ୍ଦ୍ର ଠାରେ ପିଏସପି ପ୍ରକଳ୍ପ ମାଧ୍ୟମରେ ୬୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page