
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବାଲିମେଳା ଗୋପବନ୍ଧୁ ଛକ ନିକଟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି , ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ବିଜେପି ଦଳୀୟ କର୍ମକର୍ତ୍ତା ଫୁଲତୋଳା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଦଳୀୟ କର୍ମକର୍ତ୍ତା ବିଶାଳ ପଦଯାତ୍ରା ମାଧ୍ୟମରେ ଆଦିବାସୀ ବାଦ୍ୟ ନୃତ୍ୟର ତାଳେ ତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟକୁ ପାଛୋଟି ନେଇଥିଲେ। ସେଠାରେ ନୂତନ ଛାତ୍ରାବାସର ଉଦଘାଟନ କରିଥିଲେ।ଏହାପରେ ବିଦ୍ୟାଳୟ ପକ୍ଷରୁ ଏକ ସାଧାରଣ ସଭାରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଦ୍ୟାଳୟର କୁନି କୁନି ପିଲାଙ୍କୁ କିଛି ପ୍ରଶ୍ନ ପଚାରିବା ସହ ଶିକ୍ଷାର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪ ଛାତ୍ରୀଙ୍କ ଓଡିଶୀ ନୃତ୍ୟ ଦେଖି ମୁଗ୍ଧ ହୋଇଥିବା ବେଳେ ରାଜସ୍ଥାନ ସ୍ଥିତ ଉଦୟପୁରକୁ ସେମାନଙ୍କୁ ପଠାଯିବର ବ୍ୟବସ୍ଥା କରାଇବା ସହ ବାଲିମେଳା ଭଳି ଏକ ଛୋଟ ସହରର ଏହି କୁନି ଓଡ଼ିଶୀ ନୃତ୍ୟଶିଳ୍ପୀ ମାନଙ୍କୁ ସେଠାରେ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜର ଅଭିଭାଷଣରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଲାଭାଂଶ ସ୍ଥାନୀୟ ଅଞ୍ଚଳର ବିକାଶରେ ବିନିଯୋଗ ହେଉନଥିବାରୁ ଏହାକୁ କିପରି ସହରର ବିକାଶରେ ଲାଗିବ ସେନେଇ ଦୃଷ୍ଟି ଦେବା ଲାଗି ଉପ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ସଭାରେ ମଞ୍ଚାସୀନ ଭାବେ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ସାଂସଦ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ସ୍କୁଲ ସଭାପତି କୃପାସିନ୍ଧୁ ବିଶ୍ୱାଳ, ସ୍କୁଲ ସମ୍ପାଦକ ବିଜୟ ରାଉତଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।