ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ଦୂରୀକରଣ ପାଇଁ ଶପଥ ପାଠ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଵନ୍ ସ୍ଟପ ସେଂଟର୍, ଶକ୍ତି ସଦନ, ମିଶନ ଶକ୍ତି, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଡିପିଆରସି ଟ୍ରେନିଂ ହଲରେ ଜିଲ୍ଲାରେ ଲିଙ୍ଗଗତ ହିଂସା ଦୂରୀକରଣ ନିମନ୍ତେ ୧୬ ଦିନିଆ ଅଭିଯାନ ର ଏକ ଶପଥ ପାଠ ସମାରୋହ କାର୍ଯକ୍ରମ କରାଯାଇଥିଲା।ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ବିଭାଗ ଅଧିକାରୀ ଶ୍ରୀ ନାରାୟଣ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଡିଏସପି-ଏଚକ୍ୟୁ ଲକ୍ଷ୍ମୀଧର ସ୍ବାଇଁ କହିଲେ ଯେ ଲିଙ୍ଗଗତ ହିଂସା ହେଉ ମହିଳା ଘରୋଇ ହିଂସା ହେଉ ଯେ କୌଣସି ଶିଶୁ ଓ ମହିଳା ଙ୍କ ସମସ୍ୟା /ଅସୁବିଧା ସମୟରେ ଆମ ବିଭାଗ ସବୁ ବେଳେ ସହଯୋଗ କରିବୁ ବୋଲି ପ୍ରତିଶୃତି ଦେଇଥିଲେ । ଡକ୍ଟର ଏମ ଏମଏଚ ହୁସେନ ଜିଲ୍ଲା ଜନ ସ୍ୱାସ୍ଥ ଅଧିକରୀ କହିଥିଲେ ଯେ ମହିଳା ଓ ଶିଶୁ ପିଡ଼ିତାଙ୍କୁ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ପରାମର୍ଶ ଦେବା ନିମନ୍ତେ ସ୍ୱାସ୍ଥ ବିଭାଗ ସମ୍ପୂର୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗଙ୍କୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ ୪ ପ୍ରକାର ହିଂସା ତଥା ଯୌତୁକ ନିରୋଧ ଆଇନ, ପୋକସୋ ଆଇନ, ଘରୋଇ ହିଂସା ଆଦି ବିଷୟରେ ପିପିଟି ମାଧ୍ୟମରେ ବୁଝାଇଥିଲେ ଏବଂ ଏହି ବାର୍ତ୍ତା ନିଜ ନିଜ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ ମାନଙ୍କୁ ଗ୍ରାମ ସ୍ତରରେ ଜନ ସଚେତନ କରାଇବାକୁ ଅନୁରୋଧ କରିଥିଲେ। ସ୍ଥାନୀୟ ଅଭିଯୋଗ କମିଟି ର ଅଧକ୍ଷ୍ୟା ନମିତା ଦଣ୍ଡସେନା କହିଥିଲେ ଯେ ପ୍ରତେକଙ୍କୁ ନିଜ ଅଧିକାର ସହ ସ୍ବର ଉତ୍ତଳନ କରିବାକୁ ପଡିବ, ଯେକୌଣସି ସମସ୍ୟାକୁ ନ ଲୁଚାଇ ତାକୁ ଜଣାଇବାକୁ ପଡିବ। ଆଉ ମହିଳା ବା ପିଲମାନଙ୍କ ଯେଉଁ ନିର୍ଯାତନ। ହେଉଛି ସେଠୀ ନିମନ୍ତେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ସେଥିନିମନ୍ତେ ମହିଳା ମାନଙ୍କୁ ପିଲା ମାନଙ୍କୁ ମାନସିକ ସହାୟତା ପ୍ରଦାନ କରିବା ଉଚିତ।ଏହା ଳିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନରେ ସହାୟକ ହେବ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟା ସଂଯୁକ୍ତା ପ୍ରଧାନ, ସ୍ବାସ୍ଥ୍ୟ ବିଭାଗର ମହାମାରୀ ବିଶେଷଜ୍ଞ ଦୂର୍ଗା ପ୍ରସାଦ ରାଜ, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ, ଏକଶନ ଐଡ ର ଜିଲ୍ଲା ସଂଯୋଜିକା ସୁଷମା କର, ମାଲକାନଗିରି ବ୍ଲକର ସିଡିପିଓ ମାନେ, ଵନ୍ ସ୍ଟପ ସେଂଟରର, ଚାଇଲ୍ଡ ଲାଇନ, ଶକ୍ତି ସଦନ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page