ମହିଳାଙ୍କ ମୃତଦେହ ଉଦ୍ଧାର ; କାରଣ ଅସ୍ପଷ୍ଟ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ସଦର ଠାରେ ଥିବା ସରକାରୀ ସୁଲଭ ଦୋକାନ ବାହାରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ଅଞ୍ଚଳବାସୀଙ୍କ ତରଫରୁ ଘଟଣା ସମ୍ପର୍କରେ ତୁରନ୍ତ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା କ୍ଷଣି ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ମୃତ ମହିଳାଙ୍କ ନାମ ଗୁରୁବାରି ଦାସା ବୋଲି ଜଣା ପଡିଛି। ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ମୁତାବକ ମୃତ ମହିଳାଙ୍କ ଘର କୁଡୁମୁଳୁଗୁମ୍ମା ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ କୋରୁକୋଣ୍ଡା ଅଞ୍ଚଳରେ ରହି ବିଭିନ୍ନ ସ୍ଥାନରେ କୁଲି କାମ କରି ଚଳୁଥଲା । ହେଲେ ଆଜି ସକାଳେ ତାଙ୍କର ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ତରଫରୁ ଏକ ଅପମୃତ୍ୟୁ ମାମଲା କେସ ନମ୍ବର ୧୮/୨୦୨୪ ରୁଜୁ କରିବା ସହିତ ମାଲକାନଗିରି ଏସଡ଼ିଓ ସଚିନ ପଟେଲଙ୍କ ଉପସ୍ଥିତିରେ କୋରାପୁଟରୁ ଆସିଥିବା ସାଇଣ୍ଟିଫିକ ଟିମର ଅଧିକାରୀ ମାନେ ସେଠାରେ ପହଁଞ୍ଚି ଘଟଣାର ତଦନ୍ତ କରିଥିଲେ।ଏହା ପରେ ପୋଲିସ ମୃତ ମହିଳାଙ୍କ ଶବକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଛେଦ ସରିବା ପରେ ତାଙ୍କ ମୃତ ଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଶବ ବ୍ୟବଛେଦ ରିପୋଟ ହସ୍ତଗତ ପରେ ଓ ପୋଲିସ ପକ୍ଷରୁ ଚାଲିଥିବା ତଦନ୍ତ ସରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଏହାପରେ ପୋଲିସ ପକ୍ଷରୁ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୋରୁକୋଣ୍ଡା ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page