ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ଶିଶା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଲ ସୁନାନୀ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡା, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ୱାଳ ଓ ମାଣିକ ଚକ୍ରବର୍ତ୍ତୀ ଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ସୀମାଞ୍ଚଳ ପ୍ରଧାନ ବିଧିବଦ୍ଧ ଭାବେ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏହି ବୈଠକରେ ଥିବା ବିଜେପି ଦଳର ମଞ୍ଚାସୀନ ଅତିଥି ମାନେ ପାର୍ଟିରେ ଯୋଗ ଦେଇଥିବା ସୀମାଞ୍ଚଳଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦଳକୁ ତଥା ପାର୍ଟିର ସଂଗଠନକୁ ସମ୍ପୂର୍ଣ ଭାବେ ସୁଦୃଢ କରିବା ପାଇଁ ମୁଁ ସମ୍ପୂର୍ଣ ଉଦ୍ୟମ କରିବି ବୋଲି ଦଳରେ ଯୋଗ ଦେଇଥିବା ଶ୍ରୀପ୍ରଧାନ ମତ ବ୍ୟକ୍ତ କରିଛନ୍ତି।

  • Related Posts

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    ଚିନ୍ତା ବଢେଇବ ବିୟର ବୋତଲ ବୋମା : ୧୬ ନକ୍ସଲ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର/ସୁକମା ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା।ବିଭିନ୍ନ ସ୍ଥାନରେ କରାଯାଇଥିବା ଅପରେସନରେ ଜଣେ ୨ ଲକ୍ଷ ଇନାମି ନକ୍ସଲଙ୍କ ସମେତ ମୋଟ ୧୬ ନକ୍ସଲଙ୍କୁ ଗିରଫ କରାଯାଇଛି। ଗିରଫ ନକ୍ସଲଙ୍କ…

    Leave a Reply

    Your email address will not be published. Required fields are marked *

    You cannot copy content of this page