
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ କାପୁରୁଷତା ସାମ୍ନାକୁ ଆସିଛି। ଯେଉଁଥିରେ ପୋଲିସ ସୂଚନାଦାତା ସନ୍ଦେହରେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କରିଛନ୍ତି ନକ୍ସଲ।ମୃତଦେହ ଜବତ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି।
ସୂଚନାନୁସାରେ, ଭୈରମଗଡ ପୋଲିସ ଷ୍ଟେସନ ଅଞ୍ଚଳର ଗାଁ ଡାଲେର ନିବାସୀ କୁମ୍ମେଶ କୁଞ୍ଜାମଙ୍କୁ ମାଓବାଦୀମାନେ ବିଳମ୍ବିତ ରାତିରେ ହତ୍ୟା କରିଛନ୍ତି। ଏହା ପରେ ମୃତଦେହକୁ ଚିହିକା – ଟିଣ୍ଡୋଡି ରାସ୍ତାରେ ଫିଙ୍ଗି ଦେଇଛନ୍ତି।ଘଟଣା ସ୍ଥଳରୁ ଭୈରମଗଡ ଏରିଆ କମିଟି ଦ୍ବାରା ଜାରି କରାଯାଇଥିବା ପାମ୍ପଲେଟ୍ ପୁଲିସ ଶବ ନିକଟରୁ ଉଦ୍ଧାର କରିଛି। ଯେଉଁଥିରେ ମୃତ ଗ୍ରାମବାସୀ ପୋଲିସ ସୂଚନାଦାତା ବୋଲି ଅଭିଯୋଗ ହୋଇଛି।