ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଦୀର୍ଘ ଦିନ ଧରି ଏହି ଚତୁର ଚୋରଙ୍କୁ ଧରିବା ପାଇଁ ଓର୍କେଲ ପୁଲିସ ଖୋଜୁଥିବା ବେଳେ ଶେଷରେ ବନ୍ଧା ହେଲେ। ଭିନ୍ନ ଭିନ୍ନ ସ୍ଥାନରୁ ମୋବାଇଲ ଫୋନ , ସାଇକେଲ ଏବଂ ଗୃହ ଉପକରଣ ଚୋରି କରୁଥିଲେ ଏହି ମାହିର ଚୋର। ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ନାବାଳକଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରି କରିଥିବା ମୋଟ ୧୮ଟି ମୋବାଇଲ ଫୋନ ସହ ଦୁଇଟି ସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରିଛି ପୁଲିସ। ସୂଚନା ଥାଉକି ନିୟମିତ ଭାବେ ଦୀର୍ଘ ଦିନ ହେବ ମୋବାଇଲ ଫୋନ, ସାଇକେଲ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଚୋରିର ଶୀକାର ହୋଇ ବାଲିମେଳା ସମେତ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସର ୨୦ ତାରିଖରେ କର୍କଟପାଲ୍ଲୀ ଗ୍ରାମରେ ହୋଇଥିବା ଯାତ୍ରାରେ ବାଲିମେଳା ସହରର କିଛି ଯୁବକ ସେଠାରେ ପହଁଞ୍ଚି କିଛି ଲୋକଙ୍କ ଠାରୁ ମୋବାଇଲ ଫୋନ ଚୋରି କରିଥିବା ନେଇ ୨୬ ତାରିଖରେ ଗ୍ରାମବାସୀ ଓର୍କେଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଓର୍କେଲ ଥାନା ପକ୍ଷରୁ କେସ ନମ୍ବର ୩୭୦/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଅନ୍ୟ ଏକ ସମାନ ଘଟଣାକୁ ନେଇ ପୁନର୍ବାର ଲୋକଙ୍କ ଅଭିଯୋଗ କ୍ରମେ ଓର୍କେଲ ଥାନାରେ କେସ ନମ୍ବର-୩୭୧/୨୦୨୪ ରୁଜୁ କରାଯାଇଥିଲା। ଚଳିତ ବର୍ଷ ଗତ ଅପ୍ରେଲ ମାସ ୧୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ମୋବାଇଲ ଫୋନ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ ଘଟଣାକୁ ନେଇ ମଧ୍ୟ ଓର୍କେଲ ଥାନାରେ କେସ ନମ୍ବର ୧୬୪/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ଓର୍କେଲ ପୋଲିସ ଘଟଣାକୁ ଗୁରୁତର ନେଇ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଜୟ କୁମାର ବେନିଆ , ଏଏସଆଇ ମିଳନ ବରିହା ଓ ଏ ଏସ ଆଇ ସୁରେଶ ବିସି ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ ପୋଲିସ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ୪ ନାବାଳକଙ୍କ ସହିତ ମୋଟ ୮ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ଓର୍କେଲ ପୁଲିସ।ଜବତ ସାମଗ୍ରୀ ମଧ୍ୟରେ ବିଭିନ୍ନ କମ୍ପାନୀର ୧୮ଟି ମୋବାଇଲ ଫୋନ ଏବଂ ଦୁଇଟି ସାଇକେଲ ରହିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ ହେଲେ ବାଲିମେଳା ମେଡିକାଲ ସାହିର ଗୋପୀ ଡ଼ଙ୍ଗରି, ସନ୍ତୋଷ ନାଗ, ଦନେଇ ଖରା ଓ ଅନ୍ୟ ଜଣେ ଦୁର୍ଗା ଲାଇନର ସାଇବ ଖିଲ ଓ ଅନ୍ୟ ୪ଜଣ ନାବାଳକ ବୋଲି ପୁଲିସ କହିଛି। ତେବେ ପୃଥକ ପୃଥକ ମାମଲାରେ ସମ୍ପୃକ୍ତ ଥିବା ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ଚିନ୍ତା ବଢେଇବ ବିୟର ବୋତଲ ବୋମା : ୧୬ ନକ୍ସଲ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର/ସୁକମା ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା।ବିଭିନ୍ନ ସ୍ଥାନରେ କରାଯାଇଥିବା ଅପରେସନରେ ଜଣେ ୨ ଲକ୍ଷ ଇନାମି ନକ୍ସଲଙ୍କ ସମେତ ମୋଟ ୧୬ ନକ୍ସଲଙ୍କୁ ଗିରଫ କରାଯାଇଛି। ଗିରଫ ନକ୍ସଲଙ୍କ…

    Leave a Reply

    Your email address will not be published. Required fields are marked *

    You cannot copy content of this page