ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମଙ୍ଗଳବାର ପୂର୍ବାହ୍ନରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ନରେଶ ଚନ୍ଦ୍ର ସବର ମୁଖ୍ୟଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଓ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲାର ଉପନିର୍ଦ୍ଦେଶକ(ପ୍ଲାନିଙ୍ଗ୍‌) ଗୋଲୋକ ଚନ୍ଦ୍ର ଦଳାଇ ଯୋଗଦେଇ ଭାରତର ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ଆଇନଜୀବୀ ଦୁର୍ଗାପ୍ରସାଦ ତ୍ରିପାଠୀ ମୂଳଭାଷଣ ପ୍ରଦାନ କରି ସମ୍ବିଧାନ ପ୍ରଣୟନର ମୂଳ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ଦେଇଥିଲେ।ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଚିନ୍ମୟ ମହାନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲାବେଳେ ଡକ୍ଟର କୁଞ୍ଜଲ ନାଗ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଚିନ୍ମୟୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଏକାଡେମିକ୍‌ ବର୍ସାର ଡକ୍ଟର ରତ୍ନାକର ପରିଡ଼ା, ଆକାଉଣ୍ଟ୍‌ ବର୍ସାର ଡକ୍ଟର ହିମାଂଶୁ ଶେଖର ସାହୁଙ୍କ ସମେତ ଡକ୍ଟର ଦୀନବନ୍ଧୁ ସାହୁ, ଡକ୍ଟର ନାଇଜେଲ୍‌ ପିଟର ଓ’- ବ୍ରିନ୍‌, ଡକ୍ଟର ପ୍ରସନ୍ନ କୁମାର ବରାଳ, ଡକ୍ଟର ଦେବେଶିଷ ପହି, ଡକ୍ଟର ଗୌତମସେନ୍‌ ହାଁସଦାଃ, ପ୍ରୀତମ କୁମାର ମାହାଲା ଏବଂ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀୟ ସମ୍ବିଧାନକୁ କେନ୍ଦ୍ରକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌, ଚିତ୍ରାଙ୍କନ ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page