
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗ୍ରାମପଞ୍ଚାୟତ ବରଗୁଡା ଗ୍ରାମର ଶ୍ୟାମ ସିଶା ଓ ଗ୍ରାମର କିଛି ବ୍ୟକ୍ତି ନିକଟରେ ଥିବା ଜଙ୍ଗଲ କୁ ଶ୍ରାବଣ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ହଠାତ ଦୁଇଟା ଭାଲୁ ଆସି ଶ୍ୟାମ ସିଶା ର ଦୁଇଟା ଆଖି ତାଡ଼ିଦେବା ସହ ଭିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ସାଙ୍ଗରେ ଥିବା ଗ୍ରାମବାସୀ ପାଟି କରିବାରୁ ଭାଲୁ ମାନେ ଜଙ୍ଗଲ ଭିତରେ ଚାଲି ଯାଇଥିଲେ। ଗତ ଜୁଲାଇ ୩୦ ତାରିଖରେ ଚେପାଲପଡା ଗ୍ରାମକୁ ରାସ୍ତା ପାଇଁ ଦାବୀ କରି ଖବର ପ୍ରକାଶ ହୋଇଥିଲା। ବ୍ଲକ ପ୍ରଶାସନ ଦ୍ୱାରା ବର୍ଷା ପରେ ରାସ୍ତା କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆଜି ଭାଲୁ ଆକ୍ରମଣ ପରେ ଗୁରୁତର ଆହାତ ଶ୍ୟାମ ଶିଶାଙ୍କୁ ଗ୍ରାମବାସୀ ପ୍ରାୟ ସାତ କିଲୋମିଟର ରାସ୍ତା ଭାର କରି କାନ୍ଧରେ ବୋହିକି ଆଣିଥିଲେ। ତାପରେ ଆମ୍ବଲାନ୍ସ ସାହାଯ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ମରାମତି ହେଉନାହିଁ। ଯାହା ଦ୍ୱାରା କୌଣସି ରୋଗୀଙ୍କୁ ଆଣିବାକୁ ହେଲେ ଭାରରେ ଆଣିବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି।