ମଜୁରଲେଣ୍ଡି ପାହାଡ଼ରେ ୫ ଏକର ବେଆଇନ ଗଞ୍ଜେଇ ଚାଷ: ଗଞ୍ଜେଇ ଗଛ କାଟିଲା ଓର୍କେଲ ପୋଲିସ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଅମଳ ହେବା ପୂର୍ବରୁ ତତ୍ପରତା ଦେଖାଇଛି ଓର୍କେଲ ପୋଲିସ। ଏନେଇ ଏକ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିବା ପରେ ଆଜି ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ମିଳନ ବରିହାଙ୍କ ନେତୃତ୍ୱରେ ଏଏସ ଆଇ ବିଜୟ କୁମାର ବେନିଆ ଓ ଏଏସ ଆଇ ସୁରେଶ ଚନ୍ଦ୍ର ବିସି ମାଝିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ କୁଡୁମୁଳୁଗୁମ୍ମା ପଞ୍ଚାୟତ ଅଧିନସ୍ତ ମଜୁରଲେଣ୍ଡି ପାହାଡ଼ରେ ପହଁଞ୍ଚି ସେଠାରେ ପ୍ରାୟ ୫ଏକର ଅଞ୍ଚଳରେ
ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୬୦୦୦ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ମାଜିଷ୍ଟ୍ରେଟ କ୍ଷମତାରେ ସେଠାକୁ ଯାଇଥିବା ଖଇରପୁଟ ତହସିଲଦାର ଏମ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତରେ ନିଆଁ ଲଗାଇ ପୋଡି ସମ୍ପୂର୍ଣ ଭାବେ ନଷ୍ଟ କରିଦିଆଯାଇଛି। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର-୩୬୫/୨୪ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page