ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନେଇ କଲେଜ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସ୍ତରୀୟ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ପଡିଆ ବ୍ଲକ ସଦରରେ ଥିବା ପଡିଆ କଲେଜ ଠାରେ + ୨ ଛାତ୍ରୀ ଛାତ୍ର ମାନଙ୍କୁ ନେଇ “ସାମାଜିକ ଗଣମାଧ୍ୟମର ଉପକାରିତା ଓ ସଦବ୍ୟବହାର” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କଲେଜର ଶତାଧିକ ଛାତ୍ରୀ ଛାତ୍ର ମାନେ ନିଜ ନିଜ ପାଖରେ ଥିବା ମୋବାଇଲ ମାଧ୍ୟମରେ କିପରି ନିଜ ନିଜର ଟ୍ୱିଟର, ଇନଷ୍ଟଗ୍ରାମ, ଫେସବୁକ ଆକାଉଣ୍ଟ ଖୋଲି ଫଟୋ ଉତ୍ତଳନ ଓ ଭିଡିଓ ତିଆର କରି ଗ୍ରାମାଞ୍ଚଳ ଓ ଆଖ ପାଖରେ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଅତିଶୀଘ୍ର କମ ସମୟରେ, ସହଜରେ ଓ ବିନା ଖର୍ଚ୍ଚାନ୍ତରେ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇ ପାରିବ ଏବଂ ସମସ୍ୟା ତୁରନ୍ତ ସମାଧାନ ହୋଇପାରିବ ସେବିଷୟରେ ସଚେତନ କରଯାଇଥିଲା। ସଂଗଠନ କର୍ମୀ ଜିତେନ୍ଦ୍ର ଖିଲ, ଚିତ୍ତରଞ୍ଜନ ସାହୁ, କଲେଜ ଅଧକ୍ଷ ପରମାନନ୍ଦ ମହାପାତ୍ର, ଅଧ୍ୟାପକ ପବିତ୍ର ମୋହନ ନାୟକ ପିଲାମାନଙ୍କୁ ସଚେତନ କରିବା ସହିତ ମୋବଇଲରେ ଏହି ଆପ କିପରି ଇନଷ୍ଟାଲ କରି ବ୍ୟବହାର କରାଯିବ ତାହାର ଡେମୋ କରି ବୁଝାଇଥିଲେ। ଏହାସହିତ ସାମାଜିକ ଗଣମାଧ୍ୟମକୁ ଆହୁରି ପ୍ରସାରିତ କରବା ପାଇଁ ନିଜ ନିଜ ସାଙ୍ଗସାଥି ମାନଙ୍କୁ ଏଥିରେ ଯୋଡିବା, ଏଥିରେ କଣ କଣ କରିବଓ କଣ କଣ କରିବନାହିଁ ଏବଂ ଫ୍ରଡ଼ରୁ କିପରି ଦୁରେଇ ରହିବ ତାଉପରେ ମଧ୍ୟ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଡିଆ ସଂଗଠନ କର୍ମୀ ଶ୍ରୀନୁ ସେଲବମ, ଅନିତା ପୁନେମ ଓ ସୋମନାଥ ମାଡକାମୀ ପରିଚାଳନା କରିଥିଲେ।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page