ପଲିଟେକନିକ ଅଧ୍ୟକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ସରକାରୀ ପଲିଟେକ୍ନିକ୍ମା  ଅଧ୍ୟକ୍ଷ ଜ୍ଞାନରଞ୍ଜନ ଦାସ ଗତକାଲି ଏହି ଅନୁଷ୍ଠାନରୁ ବିଦାୟ ନେଇଥିଲେ ।ସେ ତା -11.07.2024 ରେ କଟକରେ ଥିବା ଓଡିଶାର ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ସ୍ଥାନାନ୍ତରିତ ହୋଇଥିଲେ। ଶ୍ରୀ ଦାସ ସରକାରୀ ପଲିଟେକ୍ନିକ୍, ମାଲକାନଗିରିରେ ତା-05.09.2022 ଅଧକ୍ଷ ଭାବେ ଯୋଗ ଦେଇଥିଲେ। ଶ୍ରୀ ଦାସ ବଦଳି ପରିପ୍ରେକ୍ଷୀରେ ଅନୁଷ୍ଠାନରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା। ଏହି ସଭାକୁ ଅନୁଷ୍ଠାନର ନୂଆ ଅଧ୍ୟକ୍ଷ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାଲକାନଗିରି ଉତ୍କଳ ସମ୍ମିଳନୀର ସଭାପତି ତଥା କଳା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ କାମନା ସହ ପରବର୍ତ୍ତୀ ଦାୟିତ୍ୱର ସଫଳତା ପାଇଁ ଇଶ୍ୱର ନିକଟରେ ପ୍ରାଥନା କରିଥିଲେ Iଶ୍ରୀ ତପନ ନାରାୟଣ ରଥ, ପୋଲିସ ଅଧିକ୍ଷକ, ମାଲକାନଗିରି ଏଠାରେ ଉପସ୍ଥିତ ଥିଲେ Iଏହି ସଭାରେ ସମସ୍ତେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ତାଙ୍କର ବଦଳି ପରବର୍ତ୍ତୀ ଜୀବନର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରିଥିଲେ ।ବିଭାଗୀୟ ଅଧିକାରୀ ଶ୍ରୀ ମାନସ ରଞ୍ଜନ ରାଉତ ଏବଂ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଯଥା ଶ୍ରୀ ଅମିତ କୁମାର ତିର୍କି, ଶ୍ରୀ ସୌରଭ ରଞ୍ଜନ ପ୍ରଧାନ,ଶ୍ରୀ ପାର୍ଥ ସାରଥୀ ମଲ୍ଲିକ,ଶ୍ରୀ ରାଜୀବ ରତନ ପଟେଲ, ଶ୍ରୀ ଲକ୍ଷ୍ମଣ ମାଝୀ, ଶର୍ମିଲା ଶବର ଏବଂ ଶ୍ରୀମତୀ ପଲ୍ଲବୀ ମହାନ୍ତ ସେଥିରେ ଯୋଗ ଦେଇଥିଲେ। ଅଧ୍ୟାପକ ଶ୍ରୀ ପଟେଲ ଏହି ବିଦାୟକାଳୀନ ସଭାର ଆୟୋଜନ କରଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page