ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର ଦାଉ ସାଜୁଛନ୍ତି। ଚାରି ଦିନ ପୂର୍ବରୁ ସୁରକ୍ଷାବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରାଯିବା ପରେ ନକ୍ସଲମାନେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ଏବଂ ତାଙ୍କୁ ପୁଲିସ ଇନଫର୍ମର ବୋଲି ଅଭିଯୋଗ କରିଛନ୍ତି। ନକ୍ସଲମାନେ ଏକ ପ୍ରଜାକୋର୍ଟରେ ଯୁବକଙ୍କୁ ସର୍ବସାଧାରଣ ସମ୍ମୁଖରେ ହତ୍ୟା କରିଥିଲେ। ମିଳିଥିବା ସୂଚନାନୁସାରେ, ବିଜାପୁର ଜିଲ୍ଲାର ଜଙ୍ଗଲା ପୁଲିସ ଥାନା ଅଧୀନରେ ଥିବା ଜଙ୍ଗଲା ଏବଂ ମାଟୱାଡାର ଆଭ୍ୟନ୍ତରୀଣ ଜଙ୍ଗଲରେ ନକ୍ସଲମାନେ ସୋମବାର ପୋଟେନାର ଗ୍ରାମରେ ଏକ ପ୍ରଜାକୋର୍ଟ କରିଥିଲେ। ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଆଦିବାସୀ ଯୁବକ ମାଡଭି ଦୁଲାରୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।ଜଙ୍ଗଲା ପୁଲିସ ଥାନାରେ ଏ ସମ୍ପର୍କରେ କୌଣସି ରିପୋର୍ଟ କରାଯାଇନାହିଁ। ଜଙ୍ଗଲା ପୁଲିସ୍ ଥାନା ଟିଆଇ କହିଛନ୍ତି ଯେ ଏଭଳି ଖବର ଶୁଣିବାକୁ ମିଳୁଛି। ଘଟଣାଟି କେଉଁ ଅଞ୍ଚଳର ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି।ଯେଉଁଠାରେ ନକ୍ସଲମାନେ ପ୍ରଜାକୋର୍ଟ କରିଥିଲେ ତାହା ଜଣାପଡ଼ି ନାହିଁ ଏବଂ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥାନ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଏହି ମାମଲାରେ ବିଜାପୁର ଏଏସପି ଚନ୍ଦ୍ରକାନ୍ତ ଗଭର୍ନା କହିଛନ୍ତି ଯେ ମାଟୱାଡା ନିବାସୀ ମାଡଭି ଦୁଲାରୁଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଛି। ଏହାର ଯାଞ୍ଚ କରିବା ପାଇଁ ଏକ ପୋଲିସ ଟିମ୍ ପଠାଯାଇଛି। ସୂଚନାଯୋଗ୍ୟ ଯେ ଚାରି ଦିନ ପୂର୍ବେ ବିଜାପୁର ଜିଲ୍ଲାର ରେଖାପାଲ୍ଲିରେ ଏକ ଏନକାଉଣ୍ଟର ବେଳେ ପୁଲିସ ଏବଂ ଅନ୍ୟ ସୁରକ୍ଷା ବାହିନୀ ମିଳିତ ଭାବେ ନକ୍ସଲମାନଙ୍କ ବ୍ୟାପକ କ୍ଷତି ଘଟାଇଥିଲେ।ଏହି ଏନକାଉଣ୍ଟର ପରେ ଘଟଣା ସ୍ଥଳରୁ ତିନି ଜଣ ନକ୍ସଲଙ୍କ ମୃତଦେହ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।ଏନକାଉଣ୍ଟର ସ୍ଥାନରେ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ଯାହାକୁ ଆଧାର କରି ଆହୁରି ଅନେକ ନକ୍ସଲଙ୍କ ମୃତ୍ୟୁ ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।ଏହି ଏନକାଉଣ୍ଟର ପରେ ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର ଯାଦବ ଆଶଙ୍କା ପ୍ରକଟ କରି କହିଥିଲେ ଯେ ନକ୍ସଲମାନେ ବର୍ତ୍ତମାନ ଗ୍ରାମବାସୀ ଏବଂ ସେମାନଙ୍କ ତଳ କ୍ୟାଡରଙ୍କୁ ଦାୟୀ କରି ଏହିଭଳି ହତ୍ୟାକାଣ୍ଡ ଘଟାଇ ପାରନ୍ତି। ଏସପିଙ୍କ ସେହି ଆଶଙ୍କା ଏବେ ସତ ହେବାରେ ଲାଗିଛି।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ବସ୍ତର ଫାଇଟର୍ସର ଯବାନଙ୍କ ଆତ୍ମହତ୍ୟା।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଓଁର ବରଦା ଗାଁ ନିବାସୀ ହରିଲାଲ ନାଗ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛତିଶଗଡ ରାଜ୍ୟର ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ହୋଇଥିଲେ।…

    Leave a Reply

    Your email address will not be published. Required fields are marked *

    You cannot copy content of this page