ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହର ମୁଖ୍ୟ ରାସ୍ତା ତଥା ଚିତ୍ରକୋଣ୍ଡା ଛକ ନିକଟରେ ଥିବା ବୁଲାଣି ରାସ୍ତା ପାର୍ଶ୍ଵ ଲୁହା ସୁରକ୍ଷା ପାଚେରୀରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ବାଇକ ଚାଳକଙ୍କ ମୃତ୍ୟୁ। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଇକ ନମ୍ବର-ଓଡି -୩୦-ଇ -୮୧୯୧ ରେ ବାଲିମେଳା ପଟୁ ଯାଇ ସଡ଼କ ପାର୍ଶ୍ଵରେ ଥିବା ସୁରକ୍ଷା ରେଲିଂରେ ପିଟି ହୋଇ ଯାଇଥିଲା।ଫଳରେ ବାଇକ ଆରୋହୀ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଆଶୁ ଚିକତ୍ସା ନିମନ୍ତେ ତୁରନ୍ତ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଡାକ୍ତର ସୌଭାଗ୍ୟ କୁମାର ହୁଈ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ବାଲିମେଳା ସହରର ୧ ନମ୍ବର ୱାର୍ଡରେ ରହୁଥିବା ସ୍ବର୍ଗତ ବୁଲୁ ବାଘଙ୍କ ପୁଅ ଅରୁଣ ବାଘ-(୨୩) ବୋଲି ଜଣାପଡିଛି।ମୃତକ ଅରୁଣ ବାଲିମେଳା ଛକ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ କାମ କରୁଥିଲେ।ସେ ଗତକାଲି ସାନ୍ଧ୍ୟରେ ନିଜ ଘରକୁ ଆସି ଟାଙ୍କିକୁ ଯାଉଥିବା ବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯିବା ସହ ଏସ ଆଇ ସଂଜିତ କୁମାର ଟାକ୍ରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ଶବ ବ୍ୟବଛେଦ ନିମନ୍ତେ ମୃତଦେହକୁ ମାଲକାନଗିରି ମେଡିକାଲକୁ ପଠାଇବା ସହ ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଏସ ଆଇ ଟାକ୍ରୀ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page