ଆଜି ସମଗ୍ର ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟାମୀ ଉପଲକ୍ଷେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରା , ବୃନ୍ଦାବନ ସହିତ ଅହମଦାବାଦ ସ୍ଥିତ ଦ୍ୱାରକା ଏବଂ ସାରା ଦେଶରେ ଶ୍ରୀକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି।
ଜନ୍ମାଷ୍ଟମୀର ଏହି ପର୍ବ ଭଗବାନ କୃଷ୍ଣଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ,। ଏଥର ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ୫,୨୫୧ ତମ ଜନ୍ମ ବାର୍ଷିକୀ ପାଳନ ହେଉଛି। ମଥୁରା ଏବଂ ବୃନ୍ଦାବନର ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି ସହିତ ଏହି ପର୍ବ ପାଳନ କରାଯାଏ।ମଥୁରା ନଗରୀରେ ଶ୍ରୀକୃଷ୍ଣ ଜନମାଷ୍ଟମୀ ଉତ୍ସବର ଦୃଶ୍ୟ ଅଦ୍ୱିତୀୟ ଏବଂ ଅତୁଳନୀୟ। ପ୍ରଭୁଙ୍କ ଦର୍ଶନ ସକାଳୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି।ମଥୁରାର କୃଷ୍ଣ ମନ୍ଦିର ଠାରୁ ଆରମ୍ଭ କରି ଉଜୈନର ମହାକାଲେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପ୍ରଭୁଙ୍କୁ ଅଲୌକିକ ଶୃଙ୍ଗାର କରାଯାଇଛି ।