ପରିବାରର ଖୁସି ପାଇଁ ଦାଦନ ସାଜିଲେ ଶବ ହୋଇ ଦୁଃଖ ଦେଇଗଲେ।ଫେରିଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଦାଦନ ଖଟିବାକୁ ଯାଇ ମୃତ୍ୟବରଣ କଲେ ଶ୍ରମିକ। ଆଜି ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଖାରିଗୁଡା ଗ୍ରାମରେ। ଗ୍ରାମର ଗୋପୀନାଥ ଖିଲ ନାମକ ବ୍ୟକ୍ତି କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମଛଲୀପଟନମ୍ ଅଞ୍ଚଳରେ ଥିବା ଗୋଲଡେନ ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଗତ ବୁଧବାର ଦିନ ସେ ଗାଧୋଇବା ସମୟରେ ବନ୍ଧରେ କିପରି ଗୋଡ଼ ଖସି ତାଙ୍କର ମୃତ୍ୟ ହୋଇଥିଲା। ଏହାପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ ଶରୀରକୁ ଆଜି ମାଲକାନଗିରି ଜିଲ୍ଲାକୁ ଅଣାଯାଇଥିଲା। ନିଜ ଗୃହ ଗ୍ରାମକୁ ନେବା ପୂର୍ବରୁ ପ୍ରଥମେ ଓରକେଲ ଥାନାରେ ମୃତ ଶରୀରକୁ ନେଇ ସେହି ଘରୋଇ କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା। ତାପରେ ମୃତ ଶରୀରକୁ ନିଜ ଗୃହ ଗ୍ରାମକୁ ନିଆଯାଇଥିଲା। ତେବେ ତାଙ୍କ ପଡ଼ୋଶୀ ଗ୍ରାମ ଏମଭି-୩୮ ଗ୍ରାମର ଅପୁର୍ବ ମଣ୍ଡଳ ନାମକ ଠିକାଦାର ଗୋପୀନାଥଙ୍କୁ କାମ କରାଇବା ନିମନ୍ତେ ଆନ୍ଧ୍ରପ୍ରଦେଶକୁ ନେଇଥିଲେ। ତେଣୁ କିଛି ସମୟ ପାଇଁ ଗ୍ରାମବାସୀ ଉକ୍ତ ଠିକାଦାରଙ୍କ ବେପରୁଆ ହେତୁ ଏପରି ହୋଇଥିବା ନେଇ ଚର୍ଚ୍ଚା କରି ସମସ୍ତ ଦୋଷ ଠିକାଦାରଙ୍କ ଉପରେ ଲଦି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଠିକାଦାର ଏବଂ ପରିବାର ବର୍ଗଙ୍କ ଆପୋଷ ବୁଝାମଣାରେ ଗ୍ରାମବାସୀ ଶବ ସଂସ୍କାର ପାଇଁ  ରାଜି ହୋଇଥିଲେ। ତେବେ ଶ୍ରମିକ ଜଣଙ୍କ ମୃତ୍ୟରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page