ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ମାଣ୍ଡିପାଙ୍ଗା ଠାରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ସରକାରୀ ବ୍ୟବସ୍ଥା ଦାୟୀ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି । ହ୍ୟୁମାନ ରାଇଟସ ଫୋରମ ଅଫ ଇଣ୍ଡିଆର ଫ୍ୟାକଟ ଫାଇଣ୍ଡିଙ୍ଗ ଟିମରେ ସାମିଲ ଥିବା ବ୍ରଜକିଶୋର ତ୍ରିପାଠୀ ମଣ୍ଡିପଙ୍କା ଗ୍ରାମକୁ ଯାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ବର୍ଣ୍ଣନା କରି ଖାଦ୍ୟ ଅଭାବରେ ବିକଳ୍ପ ନଥିବାରୁ ବିକଳରେ ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବାରଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ହେଉ ନ ଥିବାରୁ ଗରୀବ ଆଦିବାସୀ ଦଳିତ ଲୋକଙ୍କୁ ଅନ୍ତୋଦୟ ଯୋଜନା ଅନ୍ତର୍ଭୂକ୍ତ କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତ। ସେହିଭଳି ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ତ୍ରିପାଠୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାତ୍ର ୧୨ଜଣ ସାମିଲ ହୋଇଥିବା, ଲୋକଙ୍କ ପାଖରେ କାମ ନ ଥିବା ସେ ପ୍ରକାଶ କରିଛନ୍ତି । ଆରଡ଼ିସ ତଦନ୍ତ ବଦଳରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି।ସେହିଭଳି ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା ଏଚଆରଏଫଆଇର ଅଧ୍ୟକ୍ଷ ମନୋଜ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ ଏହି ଘଟଣା ଏକ ଚିନ୍ତାର ବିଷୟ ବୋଲି କହିଥିଲେ। ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ତେଣୁ ରାଜ୍ୟ ଓ ଜିଲା ପ୍ରଶାସନ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପ୍ରତିନିଧିମାନେ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page