
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳକୁ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ବିଜୟ ହାସଲ କରି ବିଧାୟକ ହେବା ପରେ ଆଜି ପ୍ରଥମ କରି ଗସ୍ତରେ ଯାଇ ଅଞ୍ଚଳବାସୀ ଙ୍କ ସମସ୍ୟା ସିଧାସଳଖ ଶୁଣିଛନ୍ତି। ତେବେ ସେ ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ, ଗୋରାସେତୁ, ସିନ୍ଧିଗୁଡା, ଜାମୁଗୁଡା ଆଦି ଗ୍ରାମ ଗୁଡିକ ଗସ୍ତରେ ଯାଇ ଲୋକମାନଙ୍କୁ ଭେଟିଥିଲେ। ପରେ ପଣସପୁଟ ସଦର ପଞ୍ଚାୟତ ଗ୍ରାମରେ ସ୍ଥାନୀୟ ଲୋକେ ଆଦିବାସୀ ବାଜା ଏବଂ ନୃତ୍ୟ ର ତାଳେ ତାଳେ ଢେମସା ନାଚି ବିଧାୟକ ଙ୍କୁ ସ୍ୱାଗତ କରିଥିଲେ। ଖୋଦ ବିଧାୟକ ମଧ୍ୟ ଅଞ୍ଚଳବାସୀ ଙ୍କ ସହ ମିଶି ଢେମସା ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସ୍ୱାଭିମାନ ଅଞ୍ଚଳର ୫ ଗୋଟି ପଞ୍ଚାୟତବାସୀ ଏକତ୍ରିତ ହୋଇଥିଲେ। ଏବଂ ବିଧାୟକ ଙ୍କୁ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ଅବଗତ କରାଇଥିଲେ। ଏଥିସହ ଚିତ୍ରକୋଣ୍ଡା ବିଧାୟକ ସଦାସର୍ବଦା ସ୍ୱାଭିମାନ ଅଞ୍ଚଳବାସୀ ଙ୍କ ସେବା ରେ ସମର୍ପିତ ବୋଲି ନିଜର ଅଭିଭାଷଣ ରଖିଥିଲେ। ଏଥିସହ ଚିତ୍ରକୋଣ୍ଡା ବିଧାୟକ ଆଗାମୀ ଦିନରେ ରାଜ୍ୟ ସରକାର ଯେଉଁ ୭ ଗୋଟି ବକ୍ସାଇଟ ଖଣି ଖାଦାନ ଉକ୍ତ ଅଞ୍ଚଳରେ କରିବାକୁ ପ୍ରୟାସ କରୁଛନ୍ତି। ତାହା ସେ ଥିବା ଯାଏଁ କେବେ ମଧ୍ୟ କରାଇଦେବେ ନାହିଁ ବୋଲି ଅଭିଭାଷଣ ଦେଇଥିଲେ। ଯଦି ଏନେଇ ଆନ୍ଦୋଳନ କରିବାକୁ ପଡେ ତେବେ ସେ ନିଶ୍ଚୟ ନିଜ ଅଞ୍ଚଳବାସୀ ଙ୍କୁ ନେଇ ଦୃଢ଼ ବିରୋଧ କରି ଆନ୍ଦୋଳନ କୁ ଓଲ୍ହାଇବେ ବୋଲି କହିଥିଲେ। ବିଧାୟକ ଙ୍କ ଅଭିଭାଷଣ ରେ ଅଞ୍ଚଳବାସୀ ପ୍ରସନ୍ନ ହୋଇ ଏପରି ବିଧାୟକ ଆମ ଅଞ୍ଚଳର ଉନ୍ନତି ରେ ସହାୟକ ହେବେ ବୋଲି ମନ୍ତବ୍ୟ ଦେଇଥିଲେ। ବିଧାୟକ ଙ୍କ ଏହି ଗସ୍ତ ସମୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ବିଦେଶୀ ଗୌଡ଼, ଫଗୁରାମ ମୁର୍ମୁ, କୋରୁକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ବାଲିମେଳା ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ଙ୍କ ସମେତ ଦଳର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।