ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ଶୁଭାରମ୍ଭ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔପଚାରିତ ମଶାରୀ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ମାଲକାନଗିରି ବ୍ଳକସ୍ଥିତ ଗୌଡ଼ଗୁଡା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଏକ ସଚେତନତା ବୈଠକ କରାଯାଇଥିଲା l ଏହି ଶୁଭାରମ୍ଭ ଓ ସଚେତନତା ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ା ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ମଶା ବାହିତ ରୋଗ) ଡ଼ା କବିତା ସ୍ୱାଇଁ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ମାଲକାନଗିରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କସମମ ତୀର୍କୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ପାଣ୍ଡ୍ରିପାଣି ଡ଼ା ନିଶାନ୍ତ ଦାଶ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ମ୍ୟାଲେରିଆ ରୋଗରୁ ସୁରକ୍ଷା ଓ ନିରାକରଣ ନିମନ୍ତେ ମଶାରୀ ବ୍ୟବହାର ବିଷୟରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା। ସେହିପରି ଜନ ସାଧାରଣଙ୍କୁ ମଶାରୀ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ନିଧି ରଥ ବା ସଚେତନତା ରଥ ମାଧ୍ୟମରେ ଜିଲ୍ଲା ସ୍ତରୀୟ ନିଧି ରଥ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଅଜିତ କୁମାର ଦଳାଇ, ଜିଲ୍ଲା ମଶାବାହିତ ପରାମର୍ଶଦାତା ପରିଚାଳକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ ଅଧିକାରୀ ପରିଚାଳନା କରିଥିଲେ l

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page