ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ:ଶିକ୍ଷା ବିଭାଗ କଲା ନିଲମ୍ବିତ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଆଜି ପରାସେଟ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ବହିର ଅନ୍ୟ ବିଷୟ ଉପରେ ପାଠ ପଢ଼ାଇ ଆସୁଥିଲେ। ପ୍ରଧାନ ଶିକ୍ଷକ ବିବରାମ ଉଠାଣ ସିଂ ବିଦ୍ୟାଳୟ ସମୟରେ ମଦ୍ୟପାନକୁ ବାରଣ କରିଥିଲେ ମଧ୍ୟ ଶିକ୍ଷକ ଶ୍ରୀ ପରାସେଟ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନି ନଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଏନେଇ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ତୁମୁଡିବନ୍ଧ ବି.ଇ.ଓ ଶ୍ରୀ ଗଡତ୍ୟା ଶିକ୍ଷକ ନିଆଜି ପରାସେଟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସିଆରସିସି ସିପାନା ମାଝୀ ନିଲମ୍ବିତ ଚିଠିକୁ ସଂପୃକ୍ତ ଶିକ୍ଷକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହି ଖବର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page