
ରାଇକିଆ(କ୍ରୋନିକ ଓଡ଼ିଶା)କନ୍ଧମାଳ ଜିଲ୍ଲାରେ ମଧ୍ୟ ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ଦିନ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକ ମାନଙ୍କ ଠାରୁ ଅଭିନବ ଉପାୟରେ ଅର୍ଥ ଆଦାୟ ପାଇଁ ଫୋନ୍ କରି ଉଦ୍ୟମ କରିଥିଲେ ଲୁଟେରା। ଏକ ଅଜଣା ଫୋନ ନମ୍ବରରୁବ କଲେଜ ଅଧ୍ୟକ୍ଷଙ୍କ ନାମରେ ଫୋନ ଯିବା ସହ ଅଭିଭାବକ ମାନଙ୍କୁ କଲ କରି ଆସନ୍ତା ଯୁକ୍ତ ଦୁଇ ପରୀକ୍ଷାରେ ସେମାନଙ୍କ ପୁଅ ଝିଅଙ୍କୁ ପାସ କରାଇବା ପାଇଁ ଫୋନ କରାଯାଇ ପାଞ୍ଚ ହଜାର ଟଙ୍କା ଲେଖାଏ ଦେବା ପାଇଁ କୁହାଯାଇଥିଲା। ଏ ସଂପର୍କରେ ଅଭିଭାବକ ମାନେ ରାଇକିଆ ଜୀବନ ଜ୍ୟୋତି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟକ୍ଷ ପ୍ରଭାକର ରାଜୁ ଏ ନେଇ ରାଇକିଆ ଥାନାରେ ଏତଲା ଦେଇଛନ୍ତି ବୋଲି କହି ଛନ୍ତି।ଅନ୍ୟପକ୍ଷରେ ଏଭଳି ମିଥ୍ୟା କଲରେ ବିଶ୍ୱାସ ନ କରିବା ପାଇଁ ଏବଂ କୌଣସି ଟଙ୍କା ନ ଦେବା ପାଇଁକଲେଜ୍ ଅଧ୍ୟକ ସବୁ ପିଲାଙ୍କୁ ଅନୁରୋଧ କରିଛନ୍ତି।