ଏସି ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ଘରୋଇ ବସ ମାଲିକ ସଙ୍ଘ।

ଅଗଷ୍ଟ ୨୭ ତାରିଖରୁ ଆଉ ମାଲକାନଗିରିକୁ ଗଡ଼ିବନି ଘରୋଇ ବସ୍ । ଏସି ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ଏହାର ପ୍ରତିବାଦରେ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏସି ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁଁ ଘରୋଇ ବସ ସଂଘ କ୍ଷତି ସହୁଥିବା ଅଭିଯୋଗ ହୋଇଛି ।ଏହାର ପ୍ରତିବାଦରେ ଘରୋଇ ବସ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।

ତେବେ ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ବେଳେ ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବୀ ତୋଫାନ ହୋଇଥିଲା । ସାରା ରାଜ୍ୟରେ ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ଏକ ସମାଧାନର ବାଟ ବାହାର କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଏବେ ପୁଣି ଥରେ ଲକ୍ଷ୍ମୀ ବସକୁ ନେଇ ବିବାଦ ମୁଣ୍ଡ ଟେକିଛି, ଏଥର ମାଲକାନଗିରିରୁ ବିରୋଧାଭାଷ ଆସିଛି ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page