ମାଲକାନଗିରି(କ୍ରୋନିକ ଓଡ଼ିଶା)ଗଛଟିଏ ପିଲାଟିଏ , ମାଆ ପାଇଁ ଗଛଟିଏ, ଗଛ ହିଁ ଜୀବନ ଭଳି ଏମିତି ଅନେକ ସ୍ଲୋଗାନ ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଦିଆଯାଇଥାଏ କିନ୍ତୁ ଏହି ଚିତ୍ର ଦେଖିଲେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅପରପକ୍ଷରେ କେବଳ ନିର୍ବାଚନ ଆସିଲେ ଜିଲ୍ଲାରେ ଥିବା ବେଆଇନ ହୋର୍ଡିଂ , ପ୍ରଚାର ପୋଷ୍ଟର ବିଷୟରେ ପ୍ରଶାସନକୁ ମନେ ପଡେ। ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। କିନ୍ତୁ ଅନେକ ବର୍ଷ ଧରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି।ତାକୁ ଦେଖିବାକୁ କେହି ନଥିବା ଭଳି ମନେ ହେଉଛି।ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଥିବା ବଡ଼ ବଡ଼ ଗଛକୁ ବିଜ୍ଞାପନର ମାଧ୍ୟମ କରିଛନ୍ତି।ଗଛ ଦେହରେ ଥଣ୍ଡା ପାନୀୟ ବୋତଲ ଠିପି ବ୍ୟବହାର କରି କଣ୍ଟା ମାରି ବିଜ୍ଞାପନ ଓ ହୋର୍ଡିଂ ଲଗାଉଛନ୍ତି।ବଡ଼ ବଡ଼ ଗଛ ଏବେ ବିଜ୍ଞାପନ କେନ୍ଦ୍ର ପାଲଟିଛି। ଯେଉଁ ବଡ଼ ଗଛ ଉପରେ ନଜର ପକାଇଲେ ସବୁଠି ଭିନ୍ନ ଭିନ୍ନ ବିଜ୍ଞାପନ ନଚେତ୍ ଛୋଟ ହୋର୍ଡିଂ ଲାଗି ଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ଆଦି ବିଭିନ୍ନ ପ୍ରକାର ବିଜ୍ଞାପନ ଗଛ ଗୁଡ଼ିକରେ ଲଗାଉଛନ୍ତି। ସହରର ଗୋଟିଏ କି ଦୁଇଟି ଗଛ ନୁହେଁ ବରଂ ପ୍ରାୟ ସବୁ ଗଛରେ ଏହି ବିଜ୍ଞାପନ ଲାଗିଛି। ନିୟମ ଅନୁସାରେ ଏହା ବେଆଇନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ପଡ଼ିନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯାହା ଫଳରେ ଏଭଳି ବେଆଇନ କାର୍ଯ୍ୟ ବେଧଡକ ଚାଲିଛି। ମାଲକାନଗିରି ଜିଲ୍ଲାରୁ ଜୟପୁର ଆଡ଼କୁ ଯାଆନ୍ତୁ କି କାଲିମେଳା କିମ୍ବା ବାଲିମେଳା ଏବଂ ଚିତ୍ରକୋଣ୍ଡା ଆଡକୁ ଯାଆନ୍ତୁ ରାସ୍ତା କଡରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ବିଜ୍ଞାପନ ସହ ହୋର୍ଡିଂ ବି ଲଗାଇଥିବାର ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ମାଲକାନଗିରିରୁ ବାଲିମେଳା ଯିବା ରାସ୍ତାରେ ଥିବା ବଡ଼ ବଡ଼ ଗଛର ସୁଯୋଗ ନେଇ ଜିଲ୍ଲାର କିଛି ଧନ ନାମିଦାମୀ ଶିକ୍ଷାନୁଷ୍ଠାନ ବେଆଇନ ଭାବେ ଜୀବନ୍ତ ଗଛରେ କଣ୍ଟା ପିଟି ପୋଷ୍ଟର ହୋର୍ଡିଂ ଲଗାଇଛନ୍ତି।ଗଛ ଗୁଡ଼ିକ ବିଜ୍ଞାପନ ପୋଷ୍ଟରରେ ଆଚ୍ଛାଦିତ ହୋଇ ରହିଛି।ବର୍ଷ ବର୍ଷ ଧରି ଜୀବନ୍ତ ଗଛରେ କଣ୍ଟା ପିଟି ବିଜ୍ଞାପନ ଲଗାଇବା ଦ୍ବାରା ଗଛ ଉପରେ ପ୍ରଭାବ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏପରି ବେଆଇନ କାମ କରୁଥିବା ଲୋକ କିମ୍ବା ଶିକ୍ଷାନୁଷ୍ଠାନ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯାଉଛି ନା ଏ ବିଜ୍ଞାପନ ଗୁଡ଼ିକ ହଟାଯାଉଛି।ଫଳରେ ଗଛର ସୌନ୍ଦର୍ଯ୍ୟ ହ୍ରାସ ପାଇବା ସହ ସବୁଜିମା ନଷ୍ଟ ହେଉଛି।ବେଆଇନ ଭାବେ ବିଜ୍ଞାପନ ଲଗାଇଥିବା ଶିକ୍ଷାନୁଷ୍ଠାନ ଉପରେ ଅଧିକ ରୁ ଅଧିକ ଜରିମାନା କରାଯାଉ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲିଙ୍କୁ ପଚାରିବାରୁ କହିଥିଲେ ଜୀବନ୍ତ ଗଛରେ କଣ୍ଟା ପିଟି ବିଜ୍ଞାପନ ଓ ହୋର୍ଡିଂ ଲଗାଇବା ନିୟମ ନାହିଁ। ଏପରିକି କାହାରିକି ବିଜ୍ଞାପନ ଲଗାଇବାକୁ ଅନୁମତି ଦିଆଯାଏନାହିଁ। ଏଭଳି ବେଆଇନ କାର୍ଯ୍ୟ କରୁଥିବା ଲୋକ ଏବଂ ଅନୁଷ୍ଠାନ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…