ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲାରେ କୋମଳ ମତି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଅଭିଯୋଗ। ଏନେଇ ଅଚାନକ ଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଓ ମାଥିଲି ବ୍ଲକରେ ଥିବା ଏସଏଚଜି ଗ୍ରୁପର ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ଛତୁଆର ମାନ ଯାଞ୍ଚ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଓ ମାଥିଲି ବ୍ଲକ ଏବଂ ବାଲିମେଳା ଭଳି ଅଞ୍ଚଳରେ କିଛି ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିବା ସହ ଛତୁଆର ମାନ ଯାଞ୍ଚ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ। ମାଲକାନଗିରି ବ୍ଲକର ଏମ୍.ଭି. ୮ ଗ୍ରାମରେ ଥିବା ମା’ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଛତୁଆକେନ୍ଦ୍ର ଏବଂ ମାଥିଲିର ମା’ ସୁବଳେଶ୍ୱରୀ, ଜୟ ଜଗନ୍ନାଥ ଛତୁଆ କେନ୍ଦ୍ର ଯାଞ୍ଚ କରିଥିଲେ । ଯାଂଚ ସମୟରେ ଛତୁଆରେ ବାଦାମର ମାନ ଭଲ ନ ଥିବା ଦେଖିବାକୁ ପାଇଥିଲେ। ସେହିପରି ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ବାଲିମେଳା ସହରରେ ଥିବା ବିଭିନ୍ନ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ଛତୁଆର ମାନ ଯାଞ୍ଚ କରିବା ସହ ପାରିପାର୍ଶ୍ବିକ ସଫାସୁତୁରା ଉପରେ ଗୁରୁତ୍ୱ ଦେଇଥିଲେ। ଯାଞ୍ଚ ସମୟରେ ୨୦୧୨ ମସିହାର ଦର ଠାରୁ ବର୍ତ୍ତମାନର ଦର ଆକାଶ ପାତାଳ ଫରକ ବୋଲି ଏସଏଚଜି ମହିଳା ମାନେ କହିଥିଲେ। ଏଣୁ ମୂଲ୍ୟ ବୃଦ୍ଧି ପାଇଁ ଏସଏଚଜି ମହିଳା ମାନେ ନିବେଦନ କରିଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ସରକାରଙ୍କ ନିୟମ ଅନୁଯାୟୀ ଛତୁଆ ପ୍ରସ୍ତୁତ ପାଇଁ ଉନ୍ନତମାନର ଗହମ, ବାଦାମ, ବୁଟ, ଚିନି ମିଶ୍ରଣ କରାଯାଇ ପୁଷ୍ଟିକର ଛତୁଆ ପ୍ରସ୍ତୁତି କରିବା ନିର୍ଦେଶ ରହିଛି।ତେବେ ଚିନି ମିଶ୍ରଣ ପରେ ଛତୁଆର ଠିକ ଭାବେ ମାନ ପରୀକ୍ଷା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ୧୩୩୦ଟି ଅଙ୍ଗନ ୱାର୍ଡି କେନ୍ଦ୍ର ରହିଥିବା ବେଳେ ଏସଏଚଜି ଗ୍ରୁପକୁ ୧୧ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ଦାୟିତ୍ୱ ଦିଆଯାଇଛି। ସେମାନେ ଛତୁଆ ପ୍ରସ୍ତୁତ କରି ଅଙ୍ଗନ ୱାଡ଼ି କେନ୍ଦ୍ରକୁ ଯୋଗାଉଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…