ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ଭିଜିଲାନ୍ସ ଆୱାରନେସ ସପ୍ତାହ ଉପରେ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରୀୟ ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀ ରାମ ବୀର ସିଂହ ଙ୍କ ଅଧ୍ୟାକ୍ଷ୍ୟତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ର ସମ୍ମାନନୀୟା ନ୍ୟାୟାଧ୍ୟକ୍ଷ୍ୟ ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଏଡଭୋକେଟ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଶ୍ରୀ ରାଜେଶ ପଟ୍ଟନାୟକ, ଶ୍ରୀ ସାଗର ପାଣିଗ୍ରାହୀ ଏବଂ ଶ୍ରୀମତୀ ସଂଯୁକ୍ତା ଦତ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବିଭିନ୍ନ ପ୍ରକାର ଦୁର୍ନୀତି ଏବଂ ଏହା ଦେଶ ପାଇଁ କିପରି କ୍ଷତି କାରକ ଏବଂ ଦୁର୍ନୀତି କୁ ରୋକିବା ଦିଗରେ ସାଧାରଣ ନାଗରିକ ର କର୍ତ୍ତବ୍ୟ କଣ ଆଦି ସମ୍ପର୍କ ରେ କେନ୍ଦ୍ରୀୟ ବିଦ୍ୟାଳୟ କର୍ମଚାରୀ ଙ୍କୁ ସଚେତନ କରିଥିଲେ।ନ୍ୟାୟାଧ୍ୟକ୍ଷ ଶ୍ରୀମତୀ ପତ୍ର ସମସ୍ତଙ୍କୁ ଦୁର୍ନୀତି ବିରୋଧ ରେ ଶପଥ ପାଠ କରାଇଥିଲେ।ସୂଚନା ଯୋଗ୍ୟ ଯେ ଦେଶରେ ଅକଟୋବର ୨୮ ରୁ ନଭେମ୍ବର ୩ ଯାଏ ଭିଜିଲାନ୍ସ ଆୱାରନେସ ସପ୍ତାହ ପାଳନ କରାଯାଏ।କେନ୍ଦ୍ରୀୟ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟାଶାଳା ରେ ଉପସ୍ଥିତ ଥିଲେ ଏବଂ ଅଧ୍ୟାପକ ଶ୍ରୀ ଅମିତ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ସଭା ଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…