ମାଲକାନଗିରି(କ୍ରୋନିକ ଓଡ଼ିଶା)ଚଳିତ ବର୍ଷର ସବୁଠୁ ବଡ ନକ୍ସଲ ଏନକାଉଣ୍ଟର ପରେ ନକ୍ସଲମାନେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିରୋଧ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ନକ୍ସଲ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଅକ୍ଟୋବର ୪ ତାରିଖରେ ଏ ବର୍ଷର ସବୁଠାରୁ ବଡ ନକ୍ସଲ ଏନକାଉଣ୍ଟର ପରେ ନକ୍ସଲମାନଙ୍କ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୩୮ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନକ୍ସଲମାନେ ସ୍ୱୀକାର କରିଛନ୍ତି। ଏହା ସହିତ ସେ କିପରି ସୁରକ୍ଷାକର୍ମୀଙ୍କ ଚକ୍ରବ୍ୟୁହରେ ଫସି ଯାଇଥିଲେ ସେ ବିଷୟରେ ଉକ୍ତ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି,କିନ୍ତୁ ଏନକାଉଣ୍ଟରରେ ସ୍ଥାନୀୟ ଆଦିବାସୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ସେ ପ୍ରଶାସନକୁ ଅଭିଯୋଗ କରିଛନ୍ତି।
ନକ୍ସଲମାନଙ୍କ ଦ୍ବାରା ଜାରି ହୋଇଥିବା ଏହି ପ୍ରେସ ବିଜ୍ଞପ୍ତିରେ ନକ୍ସଲ କମାଣ୍ଡର ନୀତି ଅସୁସ୍ଥ ଥିବା କୁହାଯାଇଛି। ସେ ଅସ୍ତ୍ର ଉଠାଇବା ସ୍ଥିତିରେ ମଧ୍ୟ ନଥିଲେ। ପୁଲିସର ଏହି ଏନକାଉଣ୍ଟର ବିରୋଧରେ ଅକ୍ଟୋବର ୨୧ ଓ ୨୨ ତାରିଖରେ ସାରା ଦେଶରେ ବିରୋଧ ଦିବସ ପାଳନ କରିବାକୁ ନକ୍ସଲମାନେ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଦନ୍ତେୱାଡା ଡିଆରଜି, ନାରାୟଣପୁର ଡିଆରଜି ଏବଂ ଏସଟିଏଫର ମିଳିତ ଯବାନ ଦଳ ୩ ଅକ୍ଟୋବରରେ ଥୁଲଥୁଲି ନେନ୍ଦୁର ଅଞ୍ଚଳରେ ପୂର୍ବରୁ ପାଟ୍ରୋଲିଂ କରିବାକୁ ବାହାରିଥିଲେ।ଏହି ସମୟରେ, ଅକ୍ଟୋବର ୪ ତାରିଖ ସକାଳୁ ରାତି ପର୍ଯ୍ୟନ୍ତ ନେନ୍ଦୁର-ଥୁଲଥୁଲି ଜଙ୍ଗଲରେ ପୋଲିସ-ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ସୁରକ୍ଷା ବାହିନୀ ଦ୍ୱାରା ୩୮ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ସମସ୍ତ ଯବାନ ସୁରକ୍ଷିତ ଫେରି ଆସିଥିଲେ।ଏହି ମୁକାବିଲା ଚଳିତ ବର୍ଷର ସବୁଠାରୁ ବଡ ସଫଳତା ବୋଲି ବିବେଚନା କରାଯାଉଛି।