ମାଲକାନଗିରି(କ୍ରୋନିକ ଓଡ଼ିଶା)ପୁରୀ ଶ୍ରୀକ୍ଷେତ୍ର ଧାମରୁ ଫେରୁଥିବା ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ। ମିଳିଥିବା ସୂଚନାନୁଯାୟୀ ମୋହନା ଠାରେ ସ୍ବତନ୍ତ୍ର ଭାବେ ଚଳାଚଳ କରୁଥିବା ଜଗନ୍ନାଥ ଏକ୍ସପ୍ରେସ ବସଟି ମୋହନାର କୌଣସି ଏକ ସ୍ଥାନରେ ଠିଆ ହୋଇଥିବା ବେଳେ ପଛରୁ ମହାକାଳ ନାମକ ଏକ ଘରୋଇ ବସ ଧକ୍କା ଦେଇଥିଲା। ଫଳରେ ଜଗନ୍ନାଥ ଏକ୍ସପ୍ରେସ ବସଟି କିଛି ଦୂର ଗଡ଼ି ଜଙ୍ଗଲ ରାସ୍ତା କଡକୁ ଢଳି ରହିଥିଲା। ଅପରପକ୍ଷରେ ମହାକାଳ ବସଟି ସମ୍ପୂର୍ଣ୍ଣ ରୂପେ ଓଲଟି ପଡି ରହିଥିବା ଦେଖିବାକୁ ମିଳୁଛି। ତେବେ ଉଭୟ ବସରେ ଥିବା ଯାତ୍ରୀ ସମ୍ଭବତଃ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳୁଛି।ମହାକାଳ ବସର କିଛି ଯାତ୍ରୀଙ୍କ ସାମନ୍ୟ କ୍ଷୟକ୍ଷତି ହୋଇଥିବା ବେଳେ ଜଗନ୍ନାଥ ଏକ୍ସପ୍ରେସ ବସ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ଏଯାଏଁ ସଠିକ୍ ତଥ୍ୟ ମିଳି ପାରିନାହିଁ। ଓଏସଆରଟିସି କତୃପକ୍ଷ ଯୋଗାଯୋଗରେ ରହିଛନ୍ତି କିଛି ସମୟ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବତନ ରାଜ୍ୟ ସରକାରଙ୍କ ଦ୍ବାରା ସୁଲଭ ମୂଲ୍ୟରେ ଆବାଳ ବୃଦ୍ଧ ବନିତାଙ୍କୁ ଶ୍ରୀକ୍ଷେତ୍ର ଧାମରେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଏହି ଜଗନ୍ନାଥ ଏକ୍ସପ୍ରେସ ବସଟି ଶୁଭାରମ୍ଭ କରିଥିଲେ। ମହିଳାଙ୍କ ପାଇଁ ଅଧା ମୂଲ୍ୟରେ ଟିକେଟ ଉପଲବ୍ଧ କରାଯାଉଥିଲା।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…