ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ନଦୀରେ ଶୁକ୍ରବାର ଦିନ ଘଟିଛି ଏକ ଅଘଟଣ। ମାଛ ଧରିବା ପାଇଁ ନଦୀକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ଦେଶୀ ଡଙ୍ଗା। ଯାହା ଫଳରେ ମାଛ ଧରାଳି ଜଣଙ୍କ ନଦୀରେ ବୁଡି ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ ମୃତ ଯୁବକ ଜଣଙ୍କ ହେଲେ ବଳରାମ ହନ୍ତାଳ ସେ ବଡପଡ଼ା ପଂଚାୟତ ଅନ୍ତର୍ଗତ ଖୋଜୁରୀଗୁମା ଗ୍ରାମର ବାସୀନ୍ଦା ବୋଲି ଜଣାପଡ଼ିଛି।ଜାନବାଇ ସ୍ଥିତ ହାଟଗୁଡା ଘାଟରୁ ଶବକୁ ଉଦ୍ଧାର କରାଯିବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…