ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଟାଉନହଲ ଠାରେ ଆଜି ସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ସକାଳେ ବିଭିନ୍ନ ସ୍ଥାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ୫ ଘଟିକାରେ ଏନଏସି ଅଧକ୍ଷ ପ୍ରଦୀପ କୁମାର ନାୟକ ମହାତ୍ମାଗାନ୍ଧୀଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧକ୍ଷ ନିଜ ଅଭିଭାଷଣରେ କହିଥିଲେ ଯେ କେବଳ ଜାତିର ପିତାଙ୍କର ଜୟନ୍ତୀକୁ ପାଳନ କରିଦେଲେ ହେବନି ସେ କହିଯାଇଥିବା ବାର୍ତ୍ତାକୁ ମଧ୍ୟ ଆମ ଦୈନନ୍ଦିନ ଜୀବନରେ କାର୍ଯ୍ୟରେ ଲଗାଇବା ଆବଶ୍ୟକ ରହିଛି। ଅଞ୍ଚଳର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ନିଜ ଘର ସହିତ ନିଜ ଅଞ୍ଚଳକୁ ସଫାସୁତୁରା ରଖିବାକୁ ଅନୁରୋଧ କରିଥିଲେ। ତତସହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ସ୍ୱଚ୍ଛ ସାଥିଙ୍କ ଦ୍ୱାର ନୃତ୍ୟ ଗୀତ ମାଧ୍ୟମରେ ପରିବେଶ ସୁସ୍ଥ ରଖିବାକୁ ହେଲେ ଆମେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା। ସ୍ବଚ୍ଛତା ହିଁ ସେବା ଅଭିଯାନ ପାଇଁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଉପଆଧକ୍ଷା ରଶ୍ମିତା ବାଙ୍କା ଓ ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ।ସୁକାନ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାନିଟାଇଜର ଏକ୍ସପୋର୍ଟ ସନ୍ତୋଷ ଖେମୁଡୁ ଓ ସମସ୍ତ ସ୍ୱଚ୍ଛ ସାଥି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…