କୋରୁକୋଣ୍ଡା ବ୍ଲକ ଅଧକ୍ଷଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧକ୍ଷ ଜିତୁ ବୁରୁଡ଼ିଙ୍କ ବିରୁଦ୍ଧରେ ପଞ୍ଚାଯତ ସମିତି ଅଧୀନରେ ଥିବା ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସମିତି ସଭ୍ୟ ସଭ୍ୟା ମିଶି ମାଲକାନଗିରି ଉପ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି।ଅଧ୍ୟକ୍ଷଙ୍କ ବିରୁଦ୍ଧରେ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେବା ସହିତ ମାସିକ ବୈଠକ ବର୍ଜନ କରିଥିବା ଉଲ୍ଲେଖ କରିବା ସହିତ ୫ ଅଭିଯୋଗ ଉଲ୍ଲେଖ ଥିବା ଅନାସ୍ଥା ପ୍ରସ୍ତାବ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଯାହାକି ପୂର୍ବ ଦିନ ମାନଙ୍କରେ ଅଧକ୍ଷ ବିଭିନ୍ନ ସମୟରେ ସମିତି ସଭ୍ୟ ସଭ୍ୟାଙ୍କୁ ଅଣଦେଖା କରିଥିବା ସହିତ ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟଖସଡା ପ୍ରସ୍ତୁତ ସମୟରେ ସଭ୍ୟ ସଭ୍ୟାଙ୍କୁ ଅବଗତ କରାଇବାକୁ ଉଚିତ ମଣୁନଥିଲେ । ସେହିପରି ପଞ୍ଚାୟତ ସମିତିର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜାଣି ବାକୁ ଚାହିଁଲେ ଦୁର୍ବ୍ୟବହାର କରିଥିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନିଜ ପାଖ ଲୋକଙ୍କୁ ବିକ୍ରି କରିଥିବା ମଧ୍ୟ ଉଲ୍ଲେକ୍ଷ କରିଛନ୍ତି । ଏହିସବୁ ଅସୁବିଧା ନେଇ ଅଭିଯୋଗ କରିଥିଲେ ମଧ୍ୟ ଆମ୍ଭେ କୌଣସି ସୁଫଳ ପାଇନଥିବାରୁ ଗତ ୨୭ ତାରିଖରେ ଥିବା ସମିତି ବୈଠକ ବର୍ଜନ କରିବା ସହିତ ଅନୁପସ୍ଥିତ ରହିଥିଲୁ ବୋଲି ଲିଖିତ ଭାବେ ଉଲ୍ଲେଖ କରିଛନ୍ତି ।ସମିତି ସଭ୍ୟ ସଭ୍ୟାଙ୍କ ମଧ୍ୟରେ ତୁମୁଷା ପଲ୍ଲି ସମିତି ସଭ୍ୟ ଭୀମା ପଡିଆମୀ,କୋରୁକୋଣ୍ଡା ସମିତି ସଭ୍ୟା,ସବିତା ସୋଡି,ନାକାମାମୁଡି ସମିତି ସଭ୍ୟା ଲକ୍ଷ୍ମୀ ଖିଲ,ମାରିୱାଡା ସମିତି ସଭ୍ୟ ଇର୍ମା ମାଢି,ସୋମନାଥ ପୁର ଲଇଚନ ସିଶା,ତର୍ଲାକୋଟା ସମିତି ସଭ୍ୟ ପର୍ସୁରାମ ଖେମୁଡୁ,ପୁରୁଣା ଚିମିଟା ପଲ୍ଲି ସମିତି ସଭ୍ୟ ମଦନ ପାମିଆ,ଋଣା ମଡକାମୀ କାମୱାଡା ଗ୍ରାମ ପଞ୍ଚାୟତ,ନୀଳାକାମ୍ବେରୁ ସମିତି ସଭ୍ୟ ପଡିଆ ସୋଡି ଏବଂ ମାନସିକ ପଡିଆମୀ ପଞ୍ଚାୟ ସମିତି ଉପାଧକ୍ଷ କୋରୁକୋଣ୍ଡା ଉପସ୍ଥିତ ରହିଥିଲେ। ତେବେ ଏନେଇ କେବେ ଉପ ଜିଲ୍ଲାପାଳ ତାରିଖ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page