ଜିଲ୍ଲା ସ୍ତରୀୟ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ତରଫରୁ ଏକ ଦିବସୀୟ ସଚେତନ ସଭା ସହିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଡାକ୍ତର ମହମ୍ମଦ ଅମିଦ ହୁସେନ, ଏ.ପି.ଡି.ଏଚ.ଏମ୍.ଓ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ତମାଖୁରୁ ଦୂରରେ ରହି ନିଜ ଜୀବନକୁ ସୁଖ ସମୃଦ୍ଧ କରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରରେ ରହି ନିଜର ଜୀବନକୁ ସୁନ୍ଦରମୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଏବଂ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଂଯୋଜନା ସହିତ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗୀତାରେ ଏମ.ଡି ଜୁନେଫ, ବିଶ୍ୱ ରଞ୍ଜନ ଧଳ, ଜୋତ୍ସ୍ନାରାଣୀ ସାହୁ, କବିତା ଚାଲାଣ, ଟଙ୍କଧର ଦଳେଇ, ଅଜିତ କୁମାର କବାସୀ, ସୁମିତ ହନ୍ତାଳ, ବର୍ଷା ବଚ୍ଚନିକା ବିଜୟଲକ୍ଷ୍ମୀ ବଳ, କୋୟଲ ବରେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ମାନପତ୍ର ଗ୍ରହଣ କରିଥିଲେ। ଶିବ ସୁନ୍ଦର ପାଣିଗ୍ରାହୀ,ସଂଯୋଜକ ଅତିଥିଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀ ଭାବରେ ତପନ କୁମାର ବେହେରା, ସୁଶାନ୍ତ କୁମାର ମାଝୀ, ଲିପ୍ସାରାଣୀ ନାୟକ, ଗୌତମ ନାୟକ, ମୁରଲୀ ମାଝୀ, ଶ୍ରୀକାନ୍ତ ସାମଲ, ପ୍ରମୀୟ କୁମାର ମହାନ୍ତି, ପ୍ରେମରେଖା ଭତ୍ରା, ଡ଼ଃ.କୁଞ୍ଚନ ରାୟ, ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର, ପ୍ରମୋଦ କୁମାର ପରିଡା, ଆର. କ୍ରାନ୍ତି ସାଗର ଉପସ୍ଥିତ ରହି ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ। ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଏକ ଶପଥ ପାଠ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ସଭା ଶେଷରେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି, ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page