ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ ନେଲେ ବଣ୍ଡା ଜନଜାତି ଯୁବଗୋଷ୍ଠୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲା। ଆଦିମ ଜନଜାତିଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା ପରିସରରେ ବଣ୍ଡା ଯୁବକ ଯୁବତୀଙ୍କୁ ପାରମ୍ପରିକ ବଣ୍ଡା ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ମୁଖ୍ୟ, ସଲମନ ରାଇକିଆ ଉପସ୍ଥିତ ଥିଲେ। ୨୭୦ ଜଣ ବଣ୍ଡା ଯୁବକ ଯୁବତୀଙ୍କ ମଧ୍ୟରୁ ୧୫୦ ଜଣ ଗ୍ରାମୀଣ ମିସ୍ତ୍ରୀ ଓ ୧୨୦ ଜଣ ପାରମ୍ପରିକ ବଣ୍ଡା ଅଳଙ୍କାର କାରିଗରୀ ଦକ୍ଷତା ତାଲିମ ନେବେ। ପାରମ୍ପରିକ କୌଶଳକୁ ବଜାୟ ରଖି ଏହି ତାଲିମ ପ୍ରଦାନ କରାଯିବ। ଯାହା ଫଳରେ ଲୁପ୍ତପ୍ରାୟ କାରିଗରୀ ବଞ୍ଚି ରହିବ। ଗ୍ରାମୀଣ ମିସ୍ତ୍ରୀ ତାଲିମ ନେଇ ଯୁବକ ଯୁବତୀମାନେ ନିଜ ଅଞ୍ଚଳରେ ରୋଜଗାରକ୍ଷମ ହୋଇପାରିବେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଆଦିମ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ ହେବ ଏବଂ ସେମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିବେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page